ଅନେକ ରୋଗରେ ପୀଡିତ ଥିବା କରୋନା ଆକ୍ରାନ୍ତ ହୋମଆଇସୋଲେସନ ରହିପାରିବେ ନାହିଁ:ଡ. ଜୟନ୍ତ ପଣ୍ଡା

କେନ୍ୟୁଜ୍(ବ୍ୟୁରୋ): ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କେତେକ ବାରଣ କରିଛନ୍ତି ରାଜ୍ୟ ସ୍ବସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା। ଆଜି ସାମ୍ବାଦିକ ସମ୍ମିଳନୀରେ ଡ.ପଣ୍ଡା କହିଛନ୍ତି ଯେ ଯେଉଁ କରୋନା ଆକ୍ରାନ୍ତ ହୃଦରୋଗ, ମଧୁମେହ କିଡ଼ନି ସହିତ ଅନ୍ୟ ରୋଗରେ ପୀଡ଼ିତ  ଅଛନ୍ତି ସେମାନେ ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ ।  ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ହେବ ।  ଆକ୍ରାନ୍ତ ବ୍ୟକ୍ତି ନିଜ ରୁମ ଭିତରୁ ବାହାରକୁ ବାହାରିବା ଅନୁଚିତ । ଘରର ଅନ୍ୟ କୋଠରୀ ଅଥବା ଡାଇନିଂ ଟେବୁଲରେ ନ ବସି, ହୋମ୍ ଆଇସୋଲେସନ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏକାନ୍ତରେ ରହିବେ।

ସହିଭଳି ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କର ଯେଉଁମାନେ ଯତ୍ନ ନେଉଛନ୍ତି  ସେମାନେ  ଅତ୍ୟଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ରୋଗୀଙ୍କ ପାଖରେ ଯେତେ ସମ୍ଭବ କମ ସମୟ ରହିବା ଆବଶ୍ୟକ,  ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖକୁ ଶିଶୁ, ବରିଷ୍ଠ ନାଗରିକ ଓ ଗର୍ଭବତୀ ଯିବାକୁ ଦିଅନ୍ତୁ ନାହିଁ ।  ପରିବାରର ଜଣେ ମାତ୍ର ଲୋକ ମାସ୍କ ଓ ଗ୍ଲୋଭସ ପିନ୍ଧି ରୋଗୀଙ୍କ କୋଠରୀକୁ ଯାଇପାରିବେ।

ସେହିଭଳି ଡ.ପଣ୍ଡା କହିଛନ୍ତି ଯଦି  ନାକ ବନ୍ଦ ହେବା, କାଶ ହେବା, ଛାତି ଧକଧକ ହେଲେ, ମୁଣ୍ଡବିନ୍ଧା ହେବା, ଧଇଁସଇଁ ଲାଗୁଥାଏ ତେବେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରନ୍ତୁ । କୋଭିଡ ରୋଗୀଙ୍କୁ ହୋମ ଆଇସୋଲେସନରେ ଥିବା ବେଳେ ସ୍ୱତନ୍ତ୍ର କିଟ ଦିଆଯାଉଛି । ଏଥିରେ ଭିଟାମିନ-ବି, ଭିଟାମିନ-ସି, ଭିଟାମିନ-ଡି, ପାରାସିଟାମଲ, ଆଣ୍ଟିବାୟୋଟିକ ରହୁଛି । ଏଥିରେ ଏକ ମାର୍ଗଦର୍ଶିକା ମଧ୍ୟ ରହୁଛି। ଯାହାକି ରୋଗୀ ଅସୁବିଧା ଅନୁଭବ କଲେ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ଅଧିକ ପରାମର୍ଶ ନେଇପାରିବେ । ହୋମଆଇସୋଲେସନ ଅବଧି ପୂର୍ଣ୍ଣ ହେବା ପରେ ସ୍ୱାସ୍ଥ୍ୟ ଜନିତ ଉନ୍ନତି ଆସି ନ ଥିଲେ ଆହୁରି କିଛି ଦିନ କୋଭିଡ ଗାଇଡଲାଇନ ପାଳନ କରିବାକୁ ପଡ଼ିବ । କୋଭିଡ ପରୀକ୍ଷା କରାଇବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.