ଆହାର କେନ୍ଦ୍ର ବାଣ୍ଟିବ କରୋନା: ଗୋଟିଏ ସ୍ଥାନରେ ଖାଉଛନ୍ତି ଶହ ଶହ ଲୋକ, ସାନିଟାଇଜ ହେଉନି କି ପାଳନ ହେଉନି ସାମାଜିକ ଦୂରତ୍ୱ

ଗରିବଙ୍କୁ ଖାଦ୍ୟ ଯୋଗାଇବାର ମାଧ୍ୟମ ହେଉଛି ଆହାର। ହେଲେ ଆହାର କେନ୍ଦ୍ରକୁ ନେଇ ବଢିଛି ଚିନ୍ତା। କାରଣ ଏଠି କୋଭିଡ ନିୟମର ହେଉଛି ଖୋଲାଖୋଲି ଉଲ୍ଲଂଘନ। ନା ଅଛି ସାନିଟାଇଜର, ନା ରହିଛି ସାମାଜିକ ଦୂରତା। ଏଠି କେବଳ ବଣ୍ଟା ଯାଉଛି କୋଭିଡ୍‌। ତା ପୁଣି ଦିନ ଦିପ୍ରହରରେ। ଏଥିପାଇଁ କାହାର ନିଘା ନାହିଁ।

ଅସହାୟଙ୍କୁ ଖାଦ୍ୟ ଯୋଗାଉ ଥିବା ଆହାର କେନ୍ଦ୍ର ପ୍ରଶାସନ ପାଇଁ ଚିନ୍ତା ବଢାଇବାକୁ ଯାଉଛି। କାରଣ ଆହାର କେନ୍ଦ୍ରରେ ହେଉଛି କୋଭିଡ ନିୟମର ଉଲ୍ଲଂଘନ। ସାମାଜିକ ଦୂରତ୍ୱ କଥା ଭୁଲି ଯାଉଛନ୍ତି ଲୋକେ। ହାତ ଧୋଇବାକୁ ବେସିନ ପାଖରେ ଗଦା ହୋଉଛନ୍ତି। ଆଉ ପାଣି ପିଇବାକୁ ରହିଛି ଗୋଟିଏ ଗ୍ଲାସ। ଜଣେ ଯାଇ ସେଥିରେ ପିଇଲା ପରେ ଆଉ ଜଣେ ଯାଇ ସେଥିରେ ପାଣି ପିଉଥିବା ଦେଖିବାକୁ ମିଳିଛି। ଦୂରତା ବଜାୟ ରଖିବାକୁ ସର୍କଲ କରା ହେଇଛି। କିନ୍ତୁ ସେଥିପ୍ରତି ଯେମିତି କାହାର ଧ୍ୟାନ ନାହିଁ। ପାଣି ମଧ୍ୟ ଠିକ୍‌ ସେ ମିଳୁନି।

AHARA-2

ଆହାର କେନ୍ଦ୍ରମାନଙ୍କରେ ଏଭଳି ଦେଖାଯାଉଥିବା ବ୍ଯବସ୍ଥା ବାବଦରେ ବିଏମସି ଅଧିକାରୀଙ୍କୁ ପଚାରିବାରୁ ତାଙ୍କର ଉତ୍ତର ହେଲା- ଦିନେ ଦୁଇ ଦିନରେ ଆହାର କେନ୍ଦ୍ର ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହେବାକୁ ଯାଉଛି। ଆହାର କେନ୍ଦ୍ରରେ କେତେ ଲୋକ ପ୍ରଥମେ ପ୍ରବେଶ କରିବେ, ତା ପରେ କେତେ ଯିବେ ସେ ବାବଦରେ ବିଚାର କରାଯାଇଛି। ଗୋଟିଏ ବ୍ଯାଚ ଖାଇବା ସରିବା ପରେ ପୂରା ହଲକୁ ସାନିଟାଇଜ କରାଯିବା କରାଯିବା ବ୍ୟବସ୍ଥା କରାଯାଉଛି। ଯେଉଁମାନେ ବାହାରେ ଅପେକ୍ଷା କରିବେ ତାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେଡ କରାଯିବ। ଅପରାହ୍ନ ୩ଟା ଯାଏ ଆହାର କେନ୍ଦ୍ରକୁ ଖୋଲା ରଖାଯିବା ନେଇ ଏସଓପି ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ।

ରାଜଧାନୀରେ ଭୟଙ୍କର ହେଲାଣି କରୋନା ସ୍ଥିତି। ତଥାପି ଲୋକ ଚେତୁନାହାଁନ୍ତି। ସହରରେ ଦୈନିକ ସଂକ୍ରମଣ ଏକହଜାର ପାର କଲାଣି। ଏଭଳି ସ୍ଥିତିରେ ଟିକିଏ ଅସାବଧାନତା, ରୋଗକୁ ଡାକି ଆଣିବ ଘରକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.