ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି, ଡାକ୍ତରଖାନାରେ ଆଡମିଟ ବେଳେ ଆବଶ୍ୟକ ନୁହେଁ କୋଭିଡ ଟେଷ୍ଟ

ଭୁବନେଶ୍ବର(କେନ୍ୟୁଜ୍): ଡାକ୍ତରଖାନାରେ ଆଡମିଟ ବେଳେ ଆବଶ୍ୟକ ନୁହେଁ କୋଭିଡ ଟେଷ୍ଟ। ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ହ୍ରାସ ପାଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଡାକ୍ତରଖାନାରେ ଆଡମିସନ ପୂର୍ବରୁ କୋଭିଡ ଟେଷ୍ଚ କରାଯାଉଥିଲା। ବର୍ତ୍ତମାନ ଏହାକୁ ବନ୍ଦ କରାଯିବ। କେବଳ ଲକ୍ଷଣ ଥିବା ରୋଗୀଙ୍କ କୋଭିଡ ଟେଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି।

ରାଜ୍ୟରେ କମୁଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା। ହଜାରେ ତଳକୁ ଖସିଛି ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟକେ ୮୫୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୭୨ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୦୫ ଜଣ ସଂକ୍ରମିତ ରହିଥିବା ବେଳେ ଅନ୍ୟ ସମସ୍ତ ରାଜ୍ୟରେ ଶହେ ତଳେ ରହିଛି ପଜିଟିଭ ସଂଖ୍ୟା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.