ଓମିକ୍ରନ ଆଶଙ୍କା ଭିତରେ ଆଜିଠାରୁ କିଶୋର ଟିକାକରଣ: ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଦିଆଯିବ ଟିକା

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ ଆଶଙ୍କା ଭିତରେ ଆଜିଠାରୁ କିଶୋର ଟିକାକରଣ। ୧୫ରୁ ୧୮ ବର୍ଷ ବର୍ଗରେ ଟିକାକରଣ ଦିଆଯିବ । ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ପିଲାଙ୍କୁ ଟିକା ଦିଆଯିବ। ଏହାବାଦ୍‌ ଅନ୍ୟ ଟିକାକରଣ କେନ୍ଦ୍ରରେ ମଧ୍ୟ ପିଲା ଟିକା ନେଇ ପାରିବେ। ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ଦିଆଯିବ ୨୫୦ ଟିକା। ଶନିବାର ଠାରୁ ଆରମ୍ଭ ହୋଇ ସାରିଛି ରେଜିଷ୍ଟ୍ରେସନ୍‌। ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ। ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ କେବଳ କୋଭାକ୍‌ସିନ ଟିକା ଦିଆଯିବ।

ରାଜ୍ୟରେ ୧୫ ଲକ୍ଷ କୋଭାକ୍‌ସିନ୍‌ ଟିକା ମହଜୁଦ ଅଛି। ରାଜ୍ୟରେ ପ୍ରାୟ ୨୩ ଲକ୍ଷ କିଶୋର-କିଶୋରୀ ଟିକା ନେବେ। ମାସେ ଭିତରେ ସବୁ ପିଲାଙ୍କୁ ପ୍ରଥମ ଡୋଜ୍‌ ଦେବାକୁ ଲକ୍ଷ୍ୟ ରହିଛି। ଟିକାକରଣ ନେଇ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ବସିଥିଲା। ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣରେ ଅନ୍ତର୍ଭୁକ୍ତ ହେବେ। ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଟିକା ଦିଆଯିବ।

୮ ତାରିଖ ପରେ ଦଶମ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଟିକା ନେବେ। ଟିକାଦାନ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ବିଦ୍ୟାଳୟ ପରିସରରେ ହେବ। ପ୍ରଥମ ଟିକା ନେବାର ୨୮ରୁ ୪୦ ଦିନ ଭିତରେ ଦ୍ୱିତୀୟ ଡୋଜ୍‌ ନେବାକୁ ପଡିବ। ଜାନୁଆରୀ ୩୧ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖାଯାଇଛି। କୋଭିଡ୍‌ ଆକ୍ରାନ୍ତ ହୋଇଥିଲେ ୩ ମାସ ପରେ ଟିକା ନେବେ ଛାତ୍ରଛାତ୍ରୀ ।

You might also like