ଶ୍ରୀମନ୍ଦିର ସେବାୟତ ନେଲେ କୋଭିଡ ଟିକା, ୭ ଦିନ ଧରି ଚାଲିବ ଟିକାକରଣ

ପୁରୀ (କେ.ନ୍ୟୁଜ): ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଇଛି କୋଭିଡ୍ ଟିକା । ପ୍ରତ୍ୟେକ ଦିନ ୧୦୦ ଜଣ ସେବାୟତଙ୍କୁ ଆସନ୍ତା ୭ ଦିନ ପାଇଁ ଟିକା ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ କାର୍ଯ୍ୟରତ ୬୦ ବର୍ଷରୁ ଅଧିକ ବୟସ୍କ ସେବାୟତଙ୍କୁ ଟିକା ଦିଆଯିବ । ସେହିପରି ବିଭିନ୍ନ ରୋଗରେ ପୀଡିତ ୪୫ରୁ ଅଧିକ ବୟସ୍କ ସେବାୟତ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ନେଇପାରିବେ ଭ୍ୟାକସିନ୍ । ଶ୍ରୀମନ୍ଦିରର ସେବାୟତ ପରିବାର ଓ ପ୍ରଶାସନର ୫ଶହ କର୍ମଚାରୀଙ୍କୁ ମଧ୍ୟ ଟିକା ଦିଆଯିବ । ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ଚାଲିବ ଟିକାକରଣ । ଏ ଅବସରରେ ଆଜି ଏକ ସ୍ୱତନ୍ତ୍ର ଶିବିରକୁ ପୁରୀ ଜିଲ୍ଲାପାଳ ଉଦଘାଟନ କରିଛନ୍ତି।