ରାଜ୍ୟ

କୋଭିଡ଼ ସମୟରେ ଅକ୍ସିଜେନ ପହଞ୍ଚାଇଥିବା କୋଭିଡ଼ ଯୋଦ୍ଧା ଏବେ ଦୁର୍ଘଟଣାରେ ଗୁରୁତର, ଚିକିତ୍ସା ପାଇଁ ଅର୍ଥ ନଥିବାରୁ ସୋସିଆଲ ମିଡିଆରେ ଲୋଡ଼ା ଯାଉଛି ସହଯୋଗ

ଟାଙ୍ଗୀ(କେନ୍ୟୁଜ୍): କାହ୍ନୁ ଖୋଜୁଛି ସହାୟତା। ଦୁର୍ଘଟଣାରେ ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି  କାହ୍ନୁ। ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚାଲିଛି କାହ୍ନୁର ଚିକିତ୍ସା। କିନ୍ତୁ ଉନ୍ନତ ଚିକିତ୍ସା ପାଇଁ ତା ପାଖରେ ଅର୍ଥ ସାଜିଛି ବାଧକ । ଏଣୁ  କାହ୍ନୁର ସାଙ୍ଗ ସାଥୀ  ଓ ଆତ୍ମୀୟ ସ୍ବଜନ କିଛି ସାହାଯ୍ୟ କରିବା ପାଇଁ ଜନସାଧାଣରେ ଅନୁରୋଧ କରିଛନ୍ତି।

ବିଗତ ପାଞ୍ଚ ଦିନ ତଳେ ଖୋର୍ଦ୍ଧା ମଳିପଡ଼ା ନିକଟରେ ଦୁର୍ଘଟଣାର ଶିକାର ହାଇ ଗୁରୁତର ହୋଇଥିଲେ ନୟାଗଡ଼ ଜିଲ୍ଲା ଚାନ୍ଦପୁରର କାହ୍ନୁ ଚରଣ ସୁବୁଦ୍ଧି।  କାହ୍ନୁଙ୍କୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ଡା.ରଖାନାରେ ଭର୍ତ୍ତି କରାଯାଇଥିଲା। ଯେହେତୁ ଦୁର୍ଘଟଣାରେ ଶରୀରର ଅନେକ ଅଙ୍ଗ ଅକାମୀ ହୋଇଛି ତେଣୁ ଅପରେସନ ବାବଦକୁ ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି।  କିନ୍ତୁ କାହ୍ନୁର ପରିବାର ଆର୍ଥିକ ସ୍ବଚ୍ଛଳ ହୋଇନଥିବାରୁ ତାର ଚିକିତ୍ସା ପାଇଁ ଜନସାଧାରଣ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। କାହ୍ନୁର ଚିକିତ୍ସା ନିମନ୍ତେ ଚାନ୍ଦପୁର ଅଞ୍ଚଳର ଯୁବ ଗୋଷ୍ଠୀ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।  ଚାନ୍ଦପୁରର ବିଭିନ୍ନ ସାହି ପରିକ୍ରମା କରି କାହ୍ନୁ ପାଇଁ ଅର୍ଥ ଯୋଗାଡ଼ କରିବାରେ ଲାଗିଛନ୍ତି।  ଯଦି ପ୍ରତ୍ୟେକ ଲୋକ ସକ୍ଷମ ଅନୁସାରେ କିଛି ନା କିଛି ସାହାଯ୍ୟ କରିବାକୁ ଆଗେଇ ଆସିବେ ତେବେ କାହ୍ନୁ ଏକ ନୂଆ ଜୀବନ ପାଇ ପାରନ୍ତା ବୋଲି ଚାନ୍ଦପୁରର ଯୁବ ଗୋଷ୍ଠୀ କହିଛନ୍ତି।

ତେବେ କହିରଖୁଛି, ଏହି କାହ୍ନୁ କୋଭିଡ଼ ସମୟରେ କୋଭିଡ଼ ଯୋଦ୍ଧା ସାଜି ଅନେକ କୋଭିଡ଼ ରୋଗୀଙ୍କ ନିକଟରେ ଅକ୍ସିଜେନ ପହଞ୍ଚାଇ ଗୁରୁତରରୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛି। ଆଜି ସେହି କାହ୍ନୁ ଜୀବନ ଯୁଦ୍ଧରେ ଯୋଦ୍ଧା ଭାବେ ଲଢି ଚାଲିଛି । ତାର ଏହି ଲଢେଇରେ ଆପଣମାନଙ୍କ ସହଯୋଗ ରହିଲେ ସେ ନିଶ୍ଚୟ ଜିତିପାରିବ । ଆପଣ ଯଦି କାହ୍ନୁକୁ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗଯୋଗ କରିପାରିବେ।

Name:-Kanhu charan Subudhi

C/o- Krushna Chandra Subudhi

Village :- Chandpur, Nayagarh

State Bank Of India

A/c No- 35968768609

Ifsc code-SBIN0007343

Phone Pe No- 6370969069

KNews Bureau

Recent Posts

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

4 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

16 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

1 hour ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago