ଝାରସୁଗୁଡ଼ା ବେଲପାହାଡ଼ରୁ ଗାଈ ମାଂସ ଜବତ, ଘଟଣା ସ୍ଥଳରେ ଉତ୍ତେଜନା

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଜଣେ ସଂଖ୍ୟାଲଘୁ ଘରୁ ଗୋମାଂସ ଜବତ ହେବାପରେ ଥାନାରେ ଉତେଜନା ପ୍ରକାଶ ପାଇଛି । ସୂଚନା ଅନୁସାରେ ଗୁମାଡେରା ଝଣ୍ଡାଉପଡ଼ାରେ ରହୁଥିବା ଚାଷୀ ବିଜୟ ବେହେରାଙ୍କ ଗାଈ କିଛି ଦିନ ତଳେ ଚରିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲା । ବିଜୟ ବହୁ ଖୋଜାଖୋଜି କରିବାପରେ ଗାଈକୁ ପାଇନଥିଲେ । ପରେ ଝଣ୍ଡାପଡ଼ାର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଏହି ଗାଈକୁ ହତ୍ୟାକରି ଖାଇବା ସହିତ ସେହି ପଡ଼ାର କେତେକ ଲୋକଙ୍କୁ ମଧ୍ୟ ବାଂଟି ଦେଇଥିବା ଜଣାପଡ଼ିଥିଲା । ଗାଈ ମାଲିକ ତା ଗାଈକୁ ମାରି ଖାଇଦେଇଥିବା ଜାଣିବାପରେ ଗାଈ ମାଂସ ଖାଇଥିବା ଲୋକଘରକୁ ପଶି ଡେକଚିରେ ସିଝା ଗାଈ ମାଂସ ବାହାର କରିଥିଲା । ଏହି ଘଟଣାପରେ ଝଣ୍ଡାପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ଗାଈକୁ ହତ୍ୟାକରି ଖାଇଦେଇଥିବା ଲୋକକୁ ଅଟକ ରଖିବା ସହିତ ଗାଈ ମାଂସ ଜବତ କରିଛି । ଥାନାରେ ବଜରଙ୍ଗ ଦଳ ସଦସ୍ୟ ମାନେ ଧାରଣା ଦେବା ସହିତ ମଙ୍ଗଳବାର ବେଲପାହାଡ଼ ବନ୍ଦ ଡ଼ାକରା ଦେଇଛନ୍ତି । ଗାଈକୁ ମାରି ଖାଇଦେଇଥିବା ଲୋକଙ୍କ ବିରୁଦ୍ଧରେ ବେଲପାହାଡ଼ରେ ୨୦ ବର୍ଷ ପୂର୍ବେ ମଧ୍ୟ ଏହି ପ୍ରକାର ଅଭିଯୋଗ ହୋଇଥିଲା ।