ଭୁବନେଶ୍ୱର (କେ ନ୍ୟୁଜ୍) : ରାଜଧାନୀ ରାସ୍ତାରେ ଛାଡୁଥିବା ଗାଈ ମାଲିକଙ୍କର ଆଉ ତ୍ରାହି ନାହିଁ । ଏବେଠାରୁ ଭୁବନେଶ୍ୱର ମହାନଗର ନିଗମ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି । ରାସ୍ତା ଉପରେ ବୁୁଲୁଥିବା ଗାଈଙ୍କୁ ଧରିବା ପାଇଁ ବିଏମ୍ସି ଏକ ଟିମ୍ ଗଠନ କରିଛି । ଏହି ଟିମ୍ ବୁଲା ଗାଈଙ୍କୁ ଧରିବା ପରେ ସେମାନଙ୍କୁ ତିନିଦିନ ଯାଏ କାଞ୍ଜିଆହୁଦାରେ ରଖାଯିବ । ଗାଈ ମାଲିକଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ । ଯଦି ଦ୍ୱିତୀୟ ଥର ଧରାପଡ଼ନ୍ତି ତେବେ ଗାଈଗୁଡ଼ିକୁ ସିଧାସଳଖ ଏସ୍ଏଚ୍ଜି ଗ୍ରୁପ୍ ହାତରେ ଦିଆଯିବ । ପଡ଼ୋଶୀ ଜିଲ୍ଲାରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଫାର୍ମ କରିଥିବେ ସେମାନଙ୍କୁ ହସ୍ତାନ୍ତର କରାଯିବ । ଏ ନେଇ ଅତିରିକ୍ତ କମିଶନର୍ ଅବନୀ ପଟ୍ଟନାୟକ ନୋଟିସ୍ ଜାରି କରିଛନ୍ତି ।