କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ, ଭୁବେନଶ୍ୱର ସମେତ ବିଭିନ୍ନ ସ୍ଥାନରେ ଚାଲିଛି ବିକ୍ଷୋଭ ପ୍ରଦର୍ଶନ

ଚାନ୍ଦବାଲି(କେନ୍ୟୁଜ୍): ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଧ କରିବା, ନୂତନ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସିପିଆଇ ତରଫରୁ ଚାନ୍ଦବାଲି ତହସିଲ ଆଗରେ ବିକ୍ଷୋଭ କରାଯାଇଛି।
ସିପିଆଇ ନେତା ଉପେନ୍ଦ୍ର ରାଉଳଙ୍କ ନେତୃତ୍ବରେ ସିପିଆଇ କର୍ମୀମାନେ ସରକାରଙ୍କ କୃଷକ ମାରଣ ନୀତିକୁ ତୀବ୍ର ବିରୋଧ କରିବା ସହ ନିନ୍ଦା କରିଛନ୍ତି । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଥିଲା ସିପିଆଇ। ଅନ୍ୟପଟେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ ବେଳେ ପୋଲିସ ଗିରଫ କରିଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ବିଲକୁ ବିଭିନ୍ନ କୃଷକ ସଂଗଠନର ବିରୋଧ। ଏହାକୁ ପ୍ରତ୍ୟାହାର କରିବା ଦାବିରେ ଆଜି ଭାରତ ବନ୍ଦର ଡାକରା । ଏନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ଶାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ଜଲି୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ସରକାରୀ କାର୍ଯ୍ୟଳୟଗୁଡିକୁ ବନ୍ଦ କରିଥିଲେ । ସେହିପରି ସଂଗଠନର କର୍ମକର୍ତାମାନେ ବାରବାଟି ଠାରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା । ଘଟଣା ସ୍ଥଳରେ ପୋଲିସ ପହଁଚି ଆନ୍ଦୋଳନକାରୀମାନଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଏହି ବିଲ ପ୍ରତ୍ୟାହୃତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।