ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା, ବାଜିପାରିବନି ଡିଜେ ଓ ଫୁଟିବନି ବାଣ

ପୁରୀ(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ ସେନେଇ ସମସ୍ତେ ତତ୍ପର। ଫୋକସରେ ଅଛନ୍ତି ସମସ୍ତ ରାଜନୈତୀକ ଦଳ । ଏବେଠୁ ପ୍ରାର୍ଥୀଙ୍କ ମନରେ ପଶିଲାଣି ଛନକା । ସେପଟେ ପୁରୀରେ ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା । ବାଣ ବିସ୍ଫୋରଣକୁ ଦୃଷ୍ଟିରେ ରଖି ପୁଲିସ ଓ ଜିଲ୍ଲା ପ୍ରଶାସନ ନେଇଛନ୍ତି ଏହି ପଦକ୍ଷେପ ।

ଫଳାଫଳ ଆସିବା ପରେ କୌଣସି ପ୍ରକାର ଡିଜେ ବଜାଇବା ଓ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି କୌଣସି ପ୍ରକାର ପ୍ରୋସେସନ ବା ଶୋଭାଯାତ୍ରାକୁ ମଧ୍ୟ ବାରଣ କରାଯାଇଛି । ଏନେଇ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯଦି କେହି ନିୟମ ଭଙ୍ଗ କରନ୍ତି ତାଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

You might also like