ବାଲିପାଟଣା ନୂଆସାହି ଗାଁରେ ବାଣବିସ୍ଫୋରଣ ଘଟଣା, ୨ୟ ଦିନରେ ଉଦ୍ଧାର କାର୍ଯ୍ଯ ଜାରି

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନୂଆସାହି ଗାଁରେ ବାଣବିସ୍ଫୋରଣ ଘଟଣାରେ ୨ୟ ଦିନରେ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଭଙ୍ଗାରୁଜା ଘର ଭିତରୁ ମୃତ ଜ୍ଞାନରଞ୍ଜନ ମିଶ୍ରଙ୍କ ମୃତଦେହକୁ ଖୋଜୁଛି ବାଲିପାଟଣା ପୋଲିସ। ଜେସିବି ସାହାଯ୍ୟରେ ଉଦ୍ଧାର କାମ ଚାଲିଛି।
ଗତକାଲି ବାଣ ଭିଡ଼ିବା ବେଳେ ବିସ୍ଫୋରଣରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀ ଝୁନାମଣି ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳ ସ୍ୱାମୀ ଜ୍ଞାନରଞ୍ଜନ ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ। ଭଙ୍ଗା ଘର ଭିତରେ ଚାପି ହୋଇଥିବା ଅନୁମାନ କରୁଛି ପୋଲିସ। ଘଟଣାସ୍ଥଳରେ ବାଲିପାଟଣା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରୁଛନ୍ତି ।