ରାଜ୍ୟ

ମକର ପୂର୍ବରୁ ଅଘଟଣ, ଯିଏ ଜୁଆଡେ ପାଇଲେ ଦୌଡିଲେ

ବାଙ୍ଗିରିପୋଷି (କେନ୍ୟୁଜ୍‌) : ସମଗ୍ର ଦେଶରେ ହିନ୍ଦୁମାନଙ୍କ ଦ୍ୱାରା ପାଳନ କରାଯାଉଥିବା ପର୍ବ ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଏହି ପର୍ବ ବହୁତ ଧୁମଧାମରେ ପାଳନ କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ପର୍ବ ଉପାସନା, ଦାନ ଏବଂ ତ୍ୟାଗ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ ।  ତେବେ ଆସନ୍ତାକାଲି ମକର ସଂକ୍ରାନ୍ତି । ଏହା ପୂର୍ବରୁ ଘଟିଯାଇଛି ଅଘଟଣ ।

ହଁ ଆଜ୍ଞା ପ୍ରଚଣ୍ଡ ଶବ୍ଦରେ ହଠାତ୍ ପ୍ରକମ୍ପିତ ହୋଇଉଠିଲା ସମଗ୍ର ପରିବେଶ । ଚାଲିଆଡେ ହୋ ହଲ୍ଲା ଶୁଭିଲା । ଯିଏ ଜୁଆଡେ ପାଇଲା ଦୌଡଇବାକୁ ଲାଗିଲା । ପ୍ରବଳ ଧୂଆଁ ଚାରିଆଡେ ବ୍ୟାପିଗଲା । ବୁଝିଲା ବେଳକୁ ଜଣାପଡିଲା କି ବାଣ ଦୋକାନରେ ଘଟିଯାଇଛି ଅଗ୍ନିକାଣ୍ଡ ।

ସୂଚନା ମୁତାବକ, ମକର ପାଇଁ ଚାଲିଥିଲା ବାଣ ବିକ୍ରି । ତେବେ କେହି ଜଣେ ବାଣ ଫୁଟାଉ ଫୁଟାଉ ନିଆଁ ପଡିଯାଇଥିଲା ବାଣ ଦୋକାନ ଉପରେ। ଚାହୁଁ ଚାହୁଁ ନିଆଁ ଅନ୍ୟ ଦୋକାନକୁ ମଧ୍ୟ ବ୍ୟାପି ଯାଇଥିଲା । ଢୋ ଢା ଶବ୍ଦ ଶୁଣି ବାଣ ଦୋକାନ ଛାଡି ଜୀବନ ବିକଳରେ ଦୌଡ଼ି ଥିଲେ ବାଣ ଦୋକାନୀ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡ ରାଜ୍ୟ ଶ୍ୟାମସୁନ୍ଦରପୁର ଥାନା ଅନ୍ତର୍ଗତ କେଡୁକୋଚା ସାପ୍ତାହିକ ହାଟରେ । ତେବେ ମକର ପାଇଁ ୧୦୦ରୁ ଉର୍ଦ୍ଧ୍ବ ବାଣ ଦୋକାନୀ ବାଣ ବିକ୍ରି କରିବାକୁ ଯାଇଥିବା ବେଳେ ହଟାଠ୍ ନିଆଁ ଲାଗି ଯାଇଥିଲା ଆଉ ସେହି ନିଆଁରେ ଗୋଟିଏ ଟାଟା ଏସି ଚାରି ଚକିଆ ଗାଡି ଓ ୧୦ ରୁ ଉର୍ଦ୍ଧ୍ବ ବାଇକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି ।

ତେବେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ପୂର୍ବରୁ ସମସ୍ତ ଗାଡି ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ହାଟ ଭିତରେ ଥିବା ଲୋକେ ବାଣ ର ଶବ୍ଦ ଓ ନିଆଁ କୁ ଦେଖି ଭୟଭିତ ହୋଇଯାଇଥିଲେ । ତେବେ ଖବର ପାଇ ସ୍ଥାନୀୟ ବିଧାୟକ ଘଟଣା ସ୍ଥଳରେ ପହଞ୍ଚିଥିବାବେଳେ, ଏହି ଘଟଣାରେ କେହି ମୃତାହତ ନେଇ ସୂଚନା ମିଳି ନାହିଁ ।

 

Sonalisa

Recent Posts

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ…

22 seconds ago

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

15 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

29 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

48 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago