ଭୁବନେଶ୍ବର: କ୍ରେନ ଖସିପଡ଼ି ୫ ଆହତ । ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ। ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର ଛାତ ପଡ଼ିବା ପାଇଁ ସେଣ୍ଟ୍ରିଂ କାମ ଚାଲିଥିଲା । ଏହି ସମୟରେ କ୍ରେନଟି ଭାଙ୍ଗି ଯାଇଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଥିଲେ। କ୍ରେନ ଭୁଶୁଡ଼ିବା ସମୟରେ ତଳେ ୧୪ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ। ହେଲେ ସୌଭାଗ୍ୟ ବଃଶତ ଏହି ଶ୍ରମିକଙ୍କର କିଛି ହୋଇନାହିଁ। ତେବେ କିପରି ଏତେ ବଡ଼ ଅଘଟଣ ଘଟିଲା ସେନେଇ କାରଣ ଅସ୍ପଷ୍ଟ ରହିଛି।