ରାଜ୍ୟ

ଗାଁ ଗାଁରେ ଏବେ ଯୁବ ଗୋଷ୍ଠୀଙ୍କ ମନରେ କ୍ରିକେଟ୍ କ୍ରେଜ୍, ଚାଷଜମି ପାଲଟିଛି ଖେଳ ପଡିଆ

ଟାଙ୍ଗୀ (କେନ୍ୟୁଜ୍): ଗାଁ ଗାଁରେ ଏବେ ଯୁବ ଗୋଷ୍ଠୀ ମାନଙ୍କ ମନରେ କ୍ରିକେଟ୍ ଖେଳର କ୍ରେଜ୍ । ଗାଁ ପିଲା ମାନେ କ୍ରିକେଟ୍ ଖେଳକୁ ଦେଉଛନ୍ତି ପ୍ରଧାନ୍ୟ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର କଳ କଳେଶ୍ୱର ପଂଚାୟତରେ। ବିଲ ଗହୀର ମଝିରେ ଅଗ୍ରଣୀ ଜୟ ମା ମଙ୍ଗଳା କ୍ରିକେଟ୍ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ୨୦/୨୦ ଟୁର୍ଣ୍ଣାମେଣ୍ଟ। ଦୀର୍ଘ ୭ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବହୁ ପ୍ରତିଷ୍ଠିତ ଦଳ ଯୋଗଦେଇ ସେମାନଙ୍କର ଖେଳ ପ୍ରଦର୍ଶନ କରିଛନ୍ତି ।

ପଡିଆ ଚାରିପଟେ ଦର୍ଶକଙ୍କ ଖଛା କଛ ଭିଡ଼ ଦେଖିବାକୁ ମିଳିଥିଲା। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପିଲା ଠାରୁ ବୁଢ଼ା ସମସ୍ତେ ମାରୁଥିଲେ ତାଳି। ଦେଖିଲେ ଲାଗୁଥିଲା ସତେ ଯେମିତି ସୁନ୍ଦର ସ୍ଥାୟି ଖେଳ ପଡିଆରେ ଚାଲିଛି ଏହି ଟୁର୍ଣ୍ଣାମେଣ୍ଟ। ହେଲେ ନା ଏହା କେଉଁ ସ୍ଥାୟୀ ଖେଳ ପଡିଆ ନୁହେଁ, ଖରା ଦିନରେ ଗ୍ରାମାଞ୍ଚରେ ଚାଷ ଜମିରୁ ଧାନ କାଟି ସାରିବା ପରେ ଖାଲି ପଡ଼ିଥିବା ଇଏ ପଡିଆ ଜମି। ଗାଁରେ ଖେଳ ପଡିଆ ଟିଏ ନଥିବାରୁ ଏଠାକାର ପିଲାଏ ଖେଳିବାକୁ ଭୋଗନ୍ତି ବହୁ ଦୁର୍ଦ୍ଧଶା ।

ଖରା ଦିନେ ଧାନ ଚାଷ ହେଉଥିବା ଜମିକୁ ସମତୁଲ କରି ଖେଳକୁଦ କରନ୍ତି । ହେଲେ ବର୍ଷା ଦିନେ ସେହି ଧାନ ଜମିରେ ଧାନ ଚାଷ ହେଉଥିବାରୁ ପିଲା ମାନେ ଖେଳକୁଦ କରିପାରନ୍ତି ନାହିଁ। ତେଣୁ ବର୍ଷା ପରେ ଧାନ ଜମିକୁ ବହୁ ସମତୁଲ କରି ତିଆରି କରନ୍ତି କ୍ରିକେଟ୍ ପିଚ୍ । କିଛି ଦିନର ଅଭ୍ୟସା ମ୍ୟାଚ ପରେ ହୋଇଥାଏ ଟୁର୍ଣ୍ଣାମେଣ୍ଟ। ଦୀର୍ଘ ୮ ଧରି ଆୟୋଜିତ ହାଇ ଆସୁଥିବା ଖେଳ, ଚଳିତ ବର୍ଷ ମଧ୍ୟ ମା ମଙ୍ଗଳା କ୍ରିକେଟ୍ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଟୁର୍ନାମେଣ୍ଟରେ ପାଖାପାଖି ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।

ଖେଳର ଉଦଯାପନୀ ଉତ୍ସବରେ ଅତିଥୀ ଭାବେ ପାରିକୁଦ ଗଡର ରାଜା ସନ୍ତୋଷ କୁମାର ସିଂ ଦେଓ, ସମାଜ ସେବୀ ସ୍ୱାଗତିକା ଜଗଦେବ, ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଚମ୍ପିଆନ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍ ଦଳକୁ ୧୫ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରିଥିଲେ। ଏହି ଖେଳରେ ଅମ୍ପେୟାର ଭାବେ ପିଣ୍ଟୁ ତରାଇ ଓ ଦେବାଶିଷ ଖଟାଇ ଖେଳ ପରିଚାଳନା କରିଥିଲେ। ଆୟୋଜକ ଦଳର ସଭାପତି ସୌମ୍ୟକାନ୍ତ ଖଟାଇ,ସଂପାଦକ ମଣ୍ଟୁ ତରାଇ, ବରିଷ୍ଠ ସଭ୍ୟ ଚନ୍ଦ୍ରକାନ୍ତ ବିଶ୍ୱାଳ, ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ଗ୍ରାମାଂଚଳର ଯୁବକ ମାନଙ୍କ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଆବଶ୍ୟକୀୟ ଭିତ୍ତିଭୁମି ନିର୍ମାଣ କରାଯାଇ ପାରିଲେ ଯୁବକ ମାନଙ୍କର ଦକ୍ଷତା ବୃଦ୍ଧି ହେବା ସହ ଗ୍ରାମାଞ୍ଚଳରୁ ମଧ୍ୟ ରାଜ୍ୟ ଓ ଜାତୀୟ କ୍ରୀଡ଼ାବିତ ସୃଷ୍ଟି ହୋଇ ପାରନ୍ତେ ବୋଲି ନିମନ୍ତ୍ରିତ ଅତିଥି ଓ ସ୍ଥାନୀୟ ବୁଦ୍ଧିଜୀବୀ ମତ ବ୍ଯକ୍ତ କରିଥିଲେ।

 

Sonalisa

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

22 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago