ରାଉରକେଲା(କେନ୍ୟୁଜ୍) : ରାଉରକେଲାରେ ବିଶ୍ୱକପ୍ ବେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ । ସଟ୍ଟା ଖେଳବେଳେ ପୋଲିସର ଚଢାଉ। ପ୍ଲାଣ୍ଟସାଇଟ୍ ଅଞ୍ଚଳରୁ ୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୩୧ ଲକ୍ଷ ଟଙ୍କା ସହ ୧୭ଟି ମୋବାଇଲ ଜବତ ହୋଇଛି। ଗିରଫଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ତାଙ୍କ ନାଁ ନାଗର ମଲ ଓ ଘର ଅଗ୍ରଓ୍ଵାଲ ଜନତା ନିବାସ ଅଞ୍ଚଳରେ । ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କ ଘର ବେଓଗାଁରେ ବୋଲି ଜଣାପଡିଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପୋଲିସର ଚଢଉ ଜାରି ରହିଛି ।