ଡିଆର୍‌ଡିଓର ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା: ସତ ଓଗାରିବ କ୍ରାଇମବ୍ରାଞ୍ଚ

ବାଲେଶ୍ବର(କେନ୍ୟୁଜ୍):କ୍ରାଇମ୍‌ବ୍ରାଞ୍ଚ ହାତରେ ଚାନ୍ଦିପୁରରେ ଡିଆର୍‌ଡିଓର ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା। ଜାତୀୟ ସୁରକ୍ଷା ସହ ଜଡ଼ିତ ଏ କେସ୍‌। ତେଣୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ଏହି ମାମଲା। କ୍ରାଇମ୍‌ବ୍ରାଞ୍ଚ ଗଠନ କରିଛି ୪ ଜଣିଆ ଟିମ୍‌। ନେତୃତ୍ୱ ନେଉଛନ୍ତି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ବିଷୋୟୀ। ଟିମ୍‌ ତୁରନ୍ତ ବାଲେଶ୍ୱର ଅଭିମୁଖେ ବାହାରି ପଡିଛି। ଡିଆରିଡିଓର ପ୍ରତିରକ୍ଷା ସଂପର୍କିତ ଗୁପ୍ତ ତଥ୍ୟ ପ୍ରଘଟ କରୁଥିଲେ ୪ ଜଣ। ବିଦେଶୀ ସଂସ୍ଥାକୁ ଦେଉଥିଲେ ତଥ୍ୟ। ଗିରଫ ୪ ଜଣ ଚାନ୍ଦିପୁର ଝାମ୍ପରା ହାଟ ଓ ନୂଆନଈ ଅଞ୍ଚଳର। ଏମାନେ ହେଲେ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଞ୍ଜନ ନାୟକ, ସେକ୍‌ ମୁସାଫିରା

ହନିଟ୍ରାପ୍‌ର ଶିକାର ହୋଇଥିଲେ ଡିଆରଡିଓରେ ଠିକାରେ କାମ କରୁଥିବା ୪ ଯୁବକ । ଯୁବତୀଙ୍କ ଫାଶରେ ପଡ଼ି ପାକିସ୍ତାନ ସଂସ୍ଥାକୁ ଦେଉଥିଲେ ତଥ୍ୟ । କ୍ଷେପଣାସ୍ତ୍ର ଘାଟିର ପ୍ରତିଦିନର ତଥ୍ୟ ପାକିସ୍ତାନର ମହିଳା ଏଜେଣ୍ଟ ନିକଟକୁ ପଠାଉଥିଲେ । ପାକିସ୍ତାନର ଏହି ମହିଳା ଏଜେଣ୍ଟ ଫେସବୁକରେ ଜଣେ ଠିକା କର୍ମଚାରୀଙ୍କ ସମ୍ପର୍କରେ ଆସିଥିଲେ । ମହିଳା ଏଜେଣ୍ଟ ଜଣକ ଉତ୍ତରପ୍ରଦେଶର ଜଣେ ଯୁବତୀ ଭାବେ ନିଜକୁ ପରିଚୟ ଦେଉଥିଲା ।

drdo

ଜଣକ ପରେ ଜଣେ ୪ ଯୁବକ ସହ ସମ୍ପର୍କ ବଢାଇଥିଲେ ଯୁବତୀ। ଯୁବତୀ ଜଣକ ଚାନ୍ଦିପୁର ଘାଟି ବୁଲିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଥିପାଇଁ ଏକ ସିମକାର୍ଡ ଦରକାର ଥିବା କହିଥିଲେ । ଏହାସହ ଦେଇଥିଲେ ୨୦ ହଜାର ଟଙ୍କା। ସିମକାର୍ଡ ପାଇବା ପରେ ସେଥିରେ ହ୍ଵାଟସଆପ୍‌ ନମ୍ବର ବ୍ୟବହାର କରିଥିଲା । ହ୍ଵାଟସଆପ୍‌ ନମ୍ବରରେ କଥାବାର୍ତ୍ତା କରି ପ୍ରତିଦିନ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ନେଉଥିଲା । ବିଭିନ୍ନ ବାହାନରେ ଏଜେଣ୍ଟ ଜଣକ ଲକ୍ଷାଧିକ ଟଙ୍କା ପଠାଇଥିବା ସୂଚନା ମିଳିଛିା ସିମକାର୍ଡ ବାଲେଶ୍ୱରରେ ଥିଲେ ମଧ୍ୟ ପାକିସ୍ତାନ ଏଜେଣ୍ଟ ଜଣକ ଏହାକୁ ବ୍ୟବହାର କରିପାରୁଥିଲା ।

ଏବେ ମାମଲା କ୍ରାଇମ୍‌ବ୍ରାଞ୍ଚ ହାତରେ। ଅଧିକ ତଥ୍ୟ ବାହାର କରିବ। ଏହି ୪ ଜଣଙ୍କ ବ୍ୟତିତ ଆଉ କିଏ ସାମିଲ ଥିଲେ କି। କେତେ ଦିନ ଧରି ସକ୍ରିୟ ଥିଲେ ଏହି ୪ ଜଣ। କେଉଁ କେଉଁ ତଥ୍ୟ ବାହାରକୁ ପଠାଯାଇଛି। ହନିଟ୍ରାପ୍‌ କରିଥିବା ମହିଳାଙ୍କ ପରିଚୟ ମଧ୍ୟ ଖୋଜି ବାହାର କରିବାକୁ ଉଦ୍ୟମ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.