ତଦନ୍ତର ଅଗ୍ରଗତି ସଂପର୍କରେ ଜଷ୍ଟିସ ଜେ.ପି ଦାସଙ୍କୁ ଅବଗତ କରାଇଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

କେନ୍ୟୁଜ୍(ବ୍ୟୁରୋ):  ନବ ଦାସ ହତ୍ୟା ମାମଲା ତଦନ୍ତର ଅଗ୍ରଗତି ସଂପର୍କରେ ଜଷ୍ଟିସ ଜେ.ପି ଦାସଙ୍କୁ ଅବଗତ କରାଇଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଆଜି କଟକରେ ଜଷ୍ଟିସ ଦାସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଅରୁଣ ବୋଥ୍ରା । ଏହାପରେ ଜଷ୍ଟିସ୍‌ ଜେପି ଦାସ ପ୍ରତିକ୍ରିୟା ରଖିଛନ୍ତି । ଘଟଣାସ୍ଥଳକୁ ସେ ଯିବେ ବୋଲି କହିଛନ୍ତି।

ତଦନ୍ତ ଅଗ୍ରଗତି ନେଇ ADG ବୋଥ୍ରା ମୋତେ ଅବଗତ କରାଇଛନ୍ତି । ତଦନ୍ତକୁ ନେଇ କେତେକ ପରାମର୍ଶ ଦେଇଛି। ତଦନ୍ତ ଜାରି ରହିଛି, ଆଶା କରୁଛି ନିର୍ଯାସରେ ପହଞ୍ଚିବ। ଅତିଶୀଘ୍ର ଆଉ ଥରେ ଆଲୋଚନା କରାଯିବ ବୋଲି ଜଷ୍ଟିସ ଜେପି ଦାସ କହିଛନ୍ତି । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ଦାୟିତ୍ୱରେ ହାଇକୋର୍ଟର ଅବରସପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.