ନବ ଦାସଙ୍କୁ ଗୁଳିମାଡ଼ ମାମଲା: ଘଟଣାସ୍ଥଳରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍‌ ଟିମ୍‌

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଛାନ୍‌ଭିନ୍‌ । କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନଦ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ସରଜମିନ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍‌ । କେମିତି ଓ କେଉଁ ପରିସ୍ଥିତିରେ ମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ ହେଲା ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ ।

ଖବର ଅନୁଯାୟୀ, ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧି ଛକ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି ମାରିଥିଲେ । ବ୍ରଜରାଜନଗରରେ ନିଜ ଝିଅ ଦୀପାଳି ଦାସଙ୍କ ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଯାଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ନବ ଦାସଙ୍କ ବାମ ଛାତିରେ ଗୁଳି ଲାଗିଥିଲା । ସଂଗେ ସଂଗେ ଚିକିତ୍ସା ପାଇଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସପିଟାଲକୁ ଏୟାରଲିପ୍ଟ ଯୋଗେ ନିଆଯାଇଥିଲା ।
। ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା

ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ସେହି ଦିନ ରାତିରୁ ହିଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପ୍ରଥମେ ଗିରଫ ହୋଇଥିବା ଏଏସ୍‌ଆଇ ଗୋପାଳ ଦାସଙ୍କୁ ଜେରା କରିଥିଲା । ଆଉ ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ଆଉ ଏବେ ପୁଣି ଥରେ ଅଧିକ ତଥ୍ୟ ପାଇଁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍‌ ଟିମ୍‌ ।

 

Leave A Reply

Your email address will not be published.