୧୭ ରାଜ୍ୟର ପାଖାପାଖି ୩୫ ଲକ୍ଷ ଚାକିରୀ ଆଶାୟୀ ପିଲାଙ୍କୁ ଠକିଥିବା ବଡ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ୱେବ୍ସସାଇଟ କରି ୧୭ ରାଜ୍ୟର ପାଖାପାଖି ୩୫ ଲକ୍ଷ ପିଲାଙ୍କୁ ଠକିବାରେ ସଫଳ ହୋଇଥିଲା ଅମିତ ।

ଭୁବନେଶ୍ବର(କେନ୍ୟୁଜ୍):  କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ପୁଣି ଜଣେ ବଡ ଠକ । ବିହାର କେଶଡେଓରା ଗ୍ରାମରୁ ଅମିତ ସିଂହ ଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ୱେବ୍ସସାଇଟ କରି ୧୭ ରାଜ୍ୟର ପାଖାପାଖି ୩୫ ଲକ୍ଷ ପିଲାଙ୍କୁ ଠକିବାରେ ସଫଳ ହୋଇଥିଲା ଅମିତ । ଫେକ ୱେବ୍ସାସାଇଟ କରି ଚାକିରୀ ଦେବା ନେଇ କରୁଥିଲା ଠକେଇ. ଦିଲ୍ଲୀ, ମୁମ୍ବାଇ, ଡେରାଡୁନରେ ଅମିତର ଥିଲା ମୁଖ୍ୟ ଅଫିସ । ଗ୍ରାମିଣ ରୋଜଗାର କଲ୍ୟାଣ ସଂସ୍ଥାରେ ବ୍ୟବହାର ସମସ୍ତ ୱେବସାଇଟକୁ ପରିଚାଳନା କରୁଥୁଲା ଅମିତ ।

ଅମିତ ଜାଣିଥିଲା ସେ ଯାହାପାଇଁ ୱେବ ସାଇଟ କାମ କରୁଛି ସେମାନେ ଲୋକମାନଙ୍କୁ ଠକିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି । ସବୁକିଛି ଯାଣିବା ପରେ ମଧ୍ୟ ଅମିତ ଠକ ମାନଙ୍କୁ ସହଯୋଗ କରି ଆସୁଥିଲା । ଇଓଡବଲୁ ଅମିତ ବିରୁଦ୍ଧରେ ୪୨୦ , ୪୬୭ , ୪୬୮ , ୪୭୧ , ୧୨୦ବି ଓ ଆଇଟି ଆକ୍ଟ ୬୬ ବି ଦଫାରେ କୋର୍ଟ ଚାଲାଣ କରାଯାଇଛି । ଅମିତ ଜଣେ ଆଇଟି ପ୍ରଫେସନାଲ ବୋଲି ଇଓଡବ୍ଲୁ ଯାଣିବାକୁ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.