ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ୪ ଜଣଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ। କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଉଛି। ଗତକାଲି ରାତିରୁ ୪ଜଣଙ୍କୁ ଟକ ରଖାଯାଇଥିବା ସୂଚନା ମିଳିଛି। ହେପାଜତରେ ଅଛନ୍ତି FIRରେ ନାଁ ଥିବା ୪ ଜଣ।

crime branchଲକଡାଉନ୍‌ ସମୟରେ ନିଜର ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଗତ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା’ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କର୍ମଚାରୀଙ୍କ ସମେତ ୭ ଜଣ ଏହି ଘଟଣାରେ ସାମିଲ ଥିବା କହିଥିଲେ। ମାମଲାର ତଦନ୍ତ ଭାର ପ୍ରଥମେ କମିଶନରେଟ ପୋଲିସ ଓ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ନ୍ୟସ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.