ଭୁବନେଶ୍ୱର : ଭୁବନେଶ୍ୱର ଭରତପୁର ଥାନାରେ ପୋଲିସ ଓ ସେନା ଗଣ୍ଡଗୋଳ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦେଶ ପରେ କ୍ରାଇମବ୍ରାଞ୍ଚ ର ୫ ଜଣିଆ ଟିମ ଭରତପୁର ଥାନାକୁ ଯାଇ ତଦନ୍ତ କରିଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନା ପୋଲିସ ଓ କଲିକତା ୨୨ଶିଖ ରେଜିମେଣ୍ଟ ରେ କର୍ଯ୍ୟ କରୁଥିବା ମେଜର ଗୁରୁବନ୍ତ ସିଂ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ଯେଉଁଥିରେ ପୋଲିସ ଗୁରୁବନ୍ତଙ୍କ ବାନ୍ଧବୀଙ୍କୁ ଗିରଫ କରିଥିଲା । ସେପଟେ ପୋଲିସ ଉଭୟ ଙ୍କୁ ହାଜତରେ ପୁରାଇ ମାଡ ମାରିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସେନା ଆସୋସିଏସନ । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ପୋଲିସକୁ ଆକ୍ରମଣ କରିବା ଅଭିଯୋଗ ଆସିଥିଲା । କଲିକତା ୨୨- ଶିଖ ରେଜିମେଣ୍ଟ ରେ କର୍ଯ୍ୟ କରୁଥିବା ମେଜର ଗୁରୁବନ୍ତ ସିଂ ତାଙ୍କ ବାନ୍ଧବୀ ରାତି ଅଧରେ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
ଏପରିକି ମେଜରଙ୍କ ବାନ୍ଧବୀ ପୋଲିସ କୁ ଗାଳି ଗୁଲଜ କରିବା ସହ ଥାନା ଭିତରେ କମ୍ପୁଟର କୁ ଭଙ୍ଗାରୁଜା କରିଥିଲା । ଆଉ ଏ ହେଉଛି ଶନିବାର ରାତିର ଭରତପୁର ଥାନାରେ ଘଟିଥିବା ଗଣ୍ଡଗୋଳର ଭିଡ଼ିଓ । ଯେଉଁଥିରେ ମେଜର ଗୁରୁବନ୍ତ ଙ୍କ ବାନ୍ଧବୀ ଥାନାର କବାଟ ଜୋର ଜୋର ବାଡେଇବା ସହ ମହିଳା ପୋଲିସ କର୍ମଚାରୀ ଙ୍କୁ ଗାଳି ଗୁଲଜ କରୁଥିବା ଭିଡିଓ । ଏନେଇ ଭରତପୁର ଥାନା ପୋଲିସ ମେଜରଙ୍କ ବାନ୍ଧବୀଙ୍କୁ ଗିରଫ କରିଥିଲା । ଅତିରିକ୍ତ ଡ଼ିସିପି କହିଛନ୍ତି, ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଥାନାକୁ ଅସିଥିଲେ । FIR ଲେଖିବାକୁ କହିବାରୁ ଡ୍ୟୁଟି ରେ ଥିବା ପୋଲିସ କୁ ନାଲି ଆଖି ଦେଖେଇବା ସହ ଆକ୍ରମଣ କରିଥିଲେ ।