ମାନସ ସ୍ୱାଇଁ ହତ୍ୟା ମାମଲା: ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ, ଜାଣନ୍ତୁ କଣ?

ଟାଙ୍ଗୀ (କେନ୍ୟୁଜ) : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ। ହତ୍ୟା ପରେ ଚଣ୍ଡିଖୋଲକୁ ଏକ କାର୍‌ରେ ଯାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଗତ ଫେବ୍ରୁଆରୀ ୯ରେ ରାତି ୧୨ଟା ୮ ମିନିଟରେ ଟାଙ୍ଗୀ ଟୋଲ ଗେଟ ଦେଇ ଚଣ୍ଡୀଖୋଲ ଆଡ଼କୁ ଯାଇଥିଲେ । ଏହାପରେ ସେହି ଫେବ୍ରୁଆରୀ ୯ ତାରିଖ ଗୋଟାଏ ୫୯ ମିନିଟ୍‌ରେ ଫେରିଆସିଥିଲେ ।

ଟାଙ୍ଗୀ ଟୋଲଗେଟ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜରୁ ଶର୍ମିଷ୍ଠା କାର୍‌ରେ ଫେରିବା ସମୟରେ ଫଟୋ ପାଇଛି କ୍ରାଇମବ୍ରାଞ୍ଚ। ଚାନ୍ଦବାଲି JMFCରେ ସିଆରପିସିର ୧୬୪ ଧାରାରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ । ପୂର୍ବରୁ ୩ ଜଣଙ୍କ ବୟାନ ରେକର୍ଡ ହୋଇଛି । ଜେଲ୍‌ରେ ଅଭିଯୁକ୍ତଙ୍କର TI ପରେଡ ହୋଇପାରେ । TI ପରେଡ୍‌ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। ୨ ଅଭିଯୁକ୍ତଙ୍କୁ ଜେଲ୍‌ରେ ଜେରା କରିବାକୁ ଆବେଦନ ହୋଇଛି। ଶର୍ମିଷ୍ଠାଙ୍କ କମ୍ପ୍ୟୁଟରରୁ ଡିଲିଟ୍‌ ହୋଇଥିବା ଫାଇଲର ଫରେନସିକ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.