FBI ତଦନ୍ତ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସ୍ପଷ୍ଟୀକରଣ, ଗୃହ ବିଭାଗ ଏନେଇ MHAକୁ ଚିଠି ଲେଖିଥିଲା

କୌଣସି ରାଜ୍ୟ ସରକାର ତଦନ୍ତ ପାଇଁ ସିଧାସଳଖ ବିଦେଶୀ ସଂସ୍ଥାର ସହାୟତା ନେଇ ପାରିବେ ନାହିଁ । ତେବେ କେନ୍ଦ୍ର ସରକାର ଗୃହ ମନ୍ତ୍ରାଳୟ ଜରିଆରେ ବିଦେଶୀ ସଂସ୍ଥାଙ୍କ ସହାୟତା ନିଆଯାଇପାରିବ ।

କେନ୍ୟୁଜ୍(ବ୍ୟୁରୋ): ନବ ଦାସ ହତ୍ୟା ମାମଲା ତଦନ୍ତରେ ଆମେରିକାର ଏଫବିଆଇ ସହାୟତା ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲା । ଏନେଇ ରାଜ୍ୟ ଗୃହ ମନ୍ତ୍ରାଳୟ ଗତ ଫେବ୍ରୁଆରୀ ୨୨ତାରିଖରେ ଚିଠି ନଂ 187/Cରେ ଅନୁରୋଧ କରିଥିଲେ । ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ନିୟମ ଅନୁଯାୟୀ, କୌଣସି ରାଜ୍ୟ ସରକାର ତଦନ୍ତ ପାଇଁ ସିଧାସଳଖ ବିଦେଶୀ ସଂସ୍ଥାର ସହାୟତା ନେଇ ପାରିବେ ନାହିଁ । ତେବେ କେନ୍ଦ୍ର ସରକାର ଗୃହ ମନ୍ତ୍ରାଳୟ ଜରିଆରେ ବିଦେଶୀ ସଂସ୍ଥାଙ୍କ ସହାୟତା ନିଆଯାଇପାରିବ ।

ଏଥିପାଇଁ ନବ ଦାସ ହତ୍ୟା ମାମଲାରେ ରାଜ୍ୟ ଗୃହ ମନ୍ତ୍ରାଳୟ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଏଫବିଆଇ ସହାୟତା ପ୍ରସଙ୍ଗରେ ଅନୁରୋଧ ଜଣାଇ ଚିଠି ଲେଖିଥିଲା ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ହେଲେ ଏଯାଏ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୌଣସି ଉତ୍ତର ଆସି ନଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାଯାଇଛି । କିଛି ଗଣମାଧ୍ୟମରେ କ୍ରାଇମବ୍ରାଞ୍ଚ କିମ୍ବା ରାଜ୍ୟ ସରକାର ଏଫବିଆଇ ସହାୟତା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିନଥିବା ନେଇ ପ୍ରକାଶିତ ରିପୋର୍ଟ ତଥ୍ୟଗତ ଦୃଷ୍ଟିରୁ ଭୁଲ । ଏଭଳି ରିପୋର୍ଟ ଦାୟିତ୍ୱହୀନତା ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.