ସୌମ୍ୟଙ୍କ ବାସଭବନ ହିଁ ଘଟଣାସ୍ଥଳ: ଡିଏସପି

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼ । ସକାଳେ ଘରେ ଟିମ୍‌ ପହଁଚି ଘର ଭିତରେ ଅନୁଧ୍ୟାନ କରିଥିଲା । ଦୀର୍ଘ ସମୟର ତଦାରଖ ପରେ ବାସଭବନ ହିଁ ଘଟଣାସ୍ଥଳ ବୋଲି କହିଛନ୍ତି ଡିଏସପି । ଘଟଣାସ୍ଥଳ ଭିନ୍ନ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ଘରୁ ଅନେକ ସାମଗ୍ରୀ ଜବତ କରିଛି କ୍ରାଇମବ୍ରାଞ୍ଚ । କବାଟର ପଛ ପଟ ଅଂଶ ପୋଡିଯାଇଛି ।

ଅନ୍ୟସ୍ଥାନରେ ମଧ୍ୟ ନିଆଁ ଲାଗିଥିବାର ଚିହ୍ନ ରହିଛି । କ୍ୱାର୍ଟର ବାହାରପଟେ କୌଣସି ଡିଷ୍ଟର୍ବ ସାଇଟ୍‌ ନାହିଁ ବୋଲି ତଦନ୍ତରୁ ଜଣାପଡିଛି । ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। କେମିତି ସୌମ୍ୟଙ୍କ ମୃତ୍ୟୁ ହେଲା ସେନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଘର ଭିତରେ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରୁଛି ଟିମ । DFO ସଂଗ୍ରାମ କେଶରୀ ବେହେରାଙ୍କୁ ପଚରାଉଚରା କରାଯିବ । ସେହିପରି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ହେବ ପଚରାଉଚରା।

Leave A Reply

Your email address will not be published.