୫ ଗୁପ୍ତଚରଙ୍କୁ ଜେରା ବେଳେ ମିଳୁଛି ନୂଆ ନୂଆ ସୁରାକ୍, ୟୁକେ ସରକାରଙ୍କୁ ମଗାଯିବ ହ୍ଵାଟସଆପ୍‌ ନମ୍ବରର ଡିଟେଲ୍ସ

ବାଲେଶ୍ବର(କେନ୍ଯୁଜ୍):ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ । ମିଳୁଛି ନୂଆ ନୂଆ ସୁରାକ । ୫ ଗୁପ୍ତଚରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ହନିଟ୍ରାପରେ ଫସାଇଥିବା ରହସ୍ୟମୟୀ ଯୁବତୀଙ୍କୁ ନେଇ ବଡ଼ ଖୁଲାସା । ୨୦୨୦ ଫେବ୍ରୁଆରୀରୁ ଅଭିଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲା । ଦେଉଥିଲା ଭିନ୍ନ ଭିନ୍ନ ପରିଚୟ । କାହାକୁ କହିଥିଲା ସେ ଇଂଲଣ୍ଡରେ କାମ କରୁଛି । ଆଉ କାହାକୁ ପୋର୍ଟବ୍ଲେୟାରରେ ନର୍ସର ପରିଚୟ ଦେଇଥିଲା । ଚଣ୍ଡୀଗଡ଼ରେ ସେନାର ଲୋୟର ଡିଭିଜନ କ୍ଲର୍କ ଥିବା ବି କହିଥିଲା ମହିଳା ।

ସେହିପରି କାହାକୁ କହିଥିଲେ ସେ ରାଜସ୍ଥାନରେ ରହୁଛି । ବିବାହର ବି ଦେଇଥିଲା ପ୍ରଲୋଭନ । ଅଭିଯୁକ୍ତଙ୍କ ସହ ଇଂରାଜୀ ଓ ହିନ୍ଦୀରେ କଥା ହେଉଥିଲା ରହସ୍ୟମୟୀ । ଫେସ୍‌ବୁକ, ହ୍ଵାଟ୍‌ସ ଆପ୍‌ ଓ ମେସେଞ୍ଜରରେ ଭିଡିଓ କଲ୍‌ କରୁଥିଲା । IP ଆଡ୍ରେସ୍‌ କେଉଁଠାରୁ ବ୍ୟବହାର ହେଉଥିଲା ଖୋଳତାଡ଼ ଚାଲିଛି । ୟୁକେ ସରକାରଙ୍କୁ ହ୍ଵାଟସଆପ୍‌ ନମ୍ବରର ଡିଟେଲ୍ସ ମଗାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.