ଯାଜପୁରରେ କ୍ରାଇମବ୍ରାଞ୍ଚର ତିନୋଟି ଟିମ୍, ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାର କରିବେ ତଦନ୍ତ

ଯାଜପୁର: ଯାଜପୁରରେ ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ । ବିଧାୟକ ଆକ୍ରମଣ ଘଟଣା ସମେତ ତିନୋଟି ମାମଲାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଚାଲିଛି। ଅଧିକ ତନାଘନା ପାଇଁ କ୍ରାଇମବ୍ରାଞ୍ଚର ତିନୋଟି ଟିମ୍ ଯାଜପୁର ପହଞ୍ଚିଛି। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠିତ ହୋଇଛି । ଘଟଣା ସମ୍ବେଦନଶୀଳ ଥିବାରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ଗତ ୨୦ ତାରିଖ ସନ୍ଧ୍ୟାରେ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା । ହିମାଂଶୁ ପୋ ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ, ରାସ୍ତା ବନ୍ଦ ଯୋଗୁ ତାଙ୍କ ଗାଡ଼ି ଅଟକିଥିଲା । ଏହି ସମୟରେ କିଛି ଲୋକ ମାଡ଼ି ଆସି ତାଙ୍କ ଗାଡ଼ିକୁ ରଡ୍‌ ଏବଂ ଠେଙ୍ଗାରେ ପିଟିଥିଲେ କହିଥିଲେ । ଘଟଣା ପ୍ରତିବାଦରେ ବିଜେପି କର୍ମୀମାନେ ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ। ଏହି ତିନୋଟି ଘଟଣାରେ ଯାଜପୁର ଥାନା ଓ ସଦର ଥାନାରେ ମୋଟ ୧୬ମାମଲା ରୁଜୁ ହୋଇଥିବା ବେଳେ ୧୯ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବେ ଏହାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ ।

 

 

 

You might also like