ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା, କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ରାଉରକେଲା : ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା ।  ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଆଜି ସୁନ୍ଦରଗଡ଼ ଯାଇ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

ସୂଚନା ଥାଉକି, ପୂର୍ବରୁ ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝିଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିିଜି। ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ବାରମ୍ବାର ଦୁଷ୍କର୍ମ କରିବା ନେଇ ମାମଲା ରୁଜୁ କରାଯାଇଥିଲା।

ଏହି ଲୋମହର୍ଷକ ଘଟଣାରେ ବୀରମିତ୍ରପୁର ଥାନାଧିକାରୀଙ୍କ ସମେତ ୬ଜଣଙ୍କ ନାଁରେ ରାଏବଗା ଥାନାରେ ମାମଲା ରୁଜୁ ହୋଇଥିଲା। ଥାନା ଆଇଆଇସିଙ୍କୁ ନିମ୍ବନ କରାଯାଇଥିବାବେଳେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି। ଏହି ମାମଲାରେ ସୁନ୍ଦରଗଡ଼ ସିଡବ୍‌ଲ୍ୟୁସିର ମଧ୍ୟ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.