ବନ୍ଧୁକ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ୍, ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ଦେଶୀ ରିଭଲଭର ଜବତ

ଭୁବନେଶ୍ବର(କେନ୍ଯୁଜ୍): ବନ୍ଧୁକ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ । କ୍ରାଇମବ୍ରାଞ୍ଚ STF ପଞ୍ଝାରେ ୨ବନ୍ଧୁକ ବେପାରୀ। ସେମାନେ ହେଲେ ଖୁଣ୍ଟୁଣୀର କାଳନ୍ଦୀ ନାୟକ ଓ ଢେଙ୍କାନାଳର ଶ୍ୟାମସୁନ୍ଦର ସୀଠା । ସେମାନଙ୍କ ନିକଟରୁ ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ଦେଶୀ ରିଭଲଭର ଜବତ ।

ଢେଙ୍କାନାଳ ଜିଲ୍ଲା ଭାପୁର ଜନଗହଳିପୂର୍ଣ୍ଣ ରାସ୍ତା ପାଖରେ ବେଆଇନ ବନ୍ଧୁକ କାରବାର ନେଇ ସୂଚନା ମିଳିବା ପରେ ରେଡ୍‌ କରିଥିଲା STF। ଏନେଇ ଏସଟିଏଫ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦେଶୀ ବନ୍ଧୁକ ତିଆରିରେ ଢେଙ୍କାନଳ ଜିଲ୍ଲାର କିଛି ଦୁର୍ବୃତ୍ତଙ୍କ ସଂପୃକ୍ତି ରହିଛି ।ସେମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଗିରଫ ପାଇଁ ଉଦ୍ୟମ କରାଯାଉଛି । ୨୦୨୦ ମସିହାରୁ ବେଆଇନ ଅସ୍ତ୍ରଶସ୍ତ୍ର ବିରୋଧୀ ଅଭିଯାନରେ ୫୬ଟି ବନ୍ଧୁକ ଓ ୯୧ ରାଉଳ ଗୁଳି ଜବତ ହୋଇଛି ।

Leave A Reply

Your email address will not be published.