କ୍ରାଇମବ୍ରାଞ୍ଚ STF ହାତରେ ବ୍ରାଉନସୁଗାର ବେପାରୀ, ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STF ହାତରେ ବ୍ରାଉନ ସୁଗାର ବେପାରୀ । ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ୨୫ ରୁ ୩୦ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି। ଏଥିରେ ଜ୍ୟୋତି ସାମନ୍ତ ରାୟ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି STF ।  ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା STF ଟିମ୍ ।  ତା ନିକଟରୁ ୨୬୩ଗ୍ରାମ ବ୍ରାଉନସୁଗାର ମିଳିଛି ।  ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ଦେଉଥିଲା ଜ୍ୟୋତି ।  ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି । ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ ଜାରି ରହିଛି ।  ଏନେଇ ଏସ୍‌ଟିଏଫ୍‌ ଡିଆଇଜି ପିନାକ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି ।

 

 

ଆହୁରି ପଢ଼ନ୍ତୁ : ପରକୀୟା ପ୍ରେମ ସନ୍ଦେହରେ ଅନ୍ଧ ହୋଇଗଲେ ସ୍ତ୍ରୀ, ମାରିଦେଲେ ମହିିଳାଙ୍କୁ