ରାଜ୍ୟ

କୋକେନ୍‌ କାରବାର ନେଇ କ୍ରାଇମବ୍ରାଞ୍ଚ STFର ଖୋଳତାଡ଼ ଆରମ୍ଭ, ଦାମୀ ନିଶାର ଦକ୍ଷିଣ ଆଫ୍ରିକା ଲିଙ୍କ୍‌ ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରୁ ଅପରେସନ୍‌ ଓଡ଼ିଶାରେ ବିକ୍ରି । ଦାମୀ ନିଶାର ଦକ୍ଷିଣ ଆଫ୍ରିକା ଲିଙ୍କ୍‌ । ଭୁବନେଶ୍ୱରରେ ପ୍ରଥମ ଥର କୋକେନ୍‌ ମିଳିବା ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଗିରଫ ରବି ସିଂ ଓ ସନ୍ନି କୁମାର ନିକଟରୁ ମିଳିଛି ଦକ୍ଷିଣ ଆଫ୍ରିକା କରେନ୍‌ସୀ । ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ସମେତ ଦେଶ ବାହାରେ କୋକେନ ଲିଙ୍କ୍‌ ନେଇ ବି ସୁରାକ ମିଳିଛି । ଏବେ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । କେତେ ଦିନ ହେବ ରାଜଧାନୀରେ ଚଳାଇଥିଲେ କୋକେନ କାରବାର ? ନିଶା କାରବାରର ଚେର କେତେ ଦୂର ଲମ୍ବିଛି ? କେବଳ ଭୁବନେଶ୍ୱରରେ ସୀମିତ ନା ରାଜ୍ୟର ଅନ୍ୟ ସ୍ଥାନରେ ରହିଛି ନେଟଓ୍ଵର୍କ । ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ? ଏସବୁର ଖୋଳତାଡ଼ ହେବ । ସେପଟେ ଜବତ କୋକେନ ଟେଷ୍ଟ ପାଇଁ ଷ୍ଟେଟ ଫୋରେନସିକ ଲାବକୁ ପଠାଯାଇଛି । ଗିରଫ ରବି ଓ ସନ୍ନିଙ୍କ CDR ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ STF ।

 ବିଦେଶୀଙ୍କ ଚାହିଦାକୁ ଆଖି ଆଗରେ ରଖି ରାଜଧାନୀକୁ ମହଙ୍ଗା ନିଶା କୋକେନ୍‌ ଆଣିଥିଲେ ରାଜସ୍ଥାନୀ ଯୁବକ । ଆମେରିକା ,କାନାଡ଼ା ଓ ୟୁରୋପ ପରି ଦେଶରେ ବେଶ୍‌ କାରବାର ହୁଏ ଏହି ଦାମୀ ନିଶା । ପ୍ରଥମ ଥର ପାଇଁ ଓଡିଶା ଆସି ବ୍ୟବସାୟ କରୁଥିବା କଥା ସ୍ୱୀକାର କରିଛନ୍ତି ଦୁଇ ଅଭିଯୁକ୍ତ । ଟାର୍ଗେଟରେ ଥିଲେ ରାଜଧାନୀର ଧନୀ, ସମ୍ଭ୍ରାନ୍ତ ଘରର ପିଲା ଓ ଫାଇଭ ଷ୍ଟାର ହୋଟେଲର ଗ୍ରାହକ ।

ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ଜବତ ୨ କୋଟି ଟଙ୍କାର କୋକେନ୍‌କୁ ନେଇ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ । ଦିଲ୍ଲୀ ତୁର୍କମାନ ଗେଟ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଅପରେସନ କୋକେନ୍‌ । ଦିଲ୍ଲୀରୁ ଭୁବନେଶ୍ୱର କୋକେନ୍‌ ଆଣୁଥିଲା ଗିରଫ ଅଭିଯୁକ୍ତ ରବି । ପରେ ସନ୍ନି ଏହାକୁ ଭୁବନେଶ୍ୱରରେ ବିକ୍ରି କରୁଥିଲା । ଏବେ କୋକେନର କିଙ୍ଗପିନ୍‌କୁ ଧରିବାକୁ ଦିଲ୍ଲୀ ଯାଇଛି ଏସ୍‌ଟିଏଫ୍‌ର ଟିମ୍‌ ।

KNews Bureau

Recent Posts

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

7 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

19 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

57 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago