STF କବଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା

(କେନ୍ୟୁଜ): ଏସଟିଏଫ କବଜାରେ ନକଲି ନୋଟ୍ ରାକେଟ୍ । ବ୍ୟବସାୟୀଙ୍କ ଠାରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରିଛି ଏସ୍‌ଟିଏଫ୍ ଟିମ୍ । ଟିଟଲାଗଡ଼ ବସଷ୍ଟାଣ୍ଡ ନିକଟରୁ ମାଷ୍ଟର ମାଇଣ୍ଡ ଲିଙ୍ଗରାଜ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଜବତ ନକଲି ନୋଟକୁ ପଶ୍ଚିମବଙ୍ଗରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ଼କୁ ଯାଞ୍ଚ ପାଇଁ ପଠାଯିବ ।

ପୂର୍ବରୁ ମିଳିଥିବା ସୂଚନାକୁ ଆଧାର କରି ସ୍ପେଶାଲ ଟାସ୍କଫୋର୍ସ ନକଲି ନୋଟ୍ କାରବାର କରୁଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ତେବେ ଅଭିଯୁକ୍ତ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି ଏସ୍‌ଟିଏଫ୍‌ର ଅଧିକାରୀ । ଅଭିଯୁକ୍ତ ବ୍ୟବସାୟୀ ଜଣକ କଳାହାଣ୍ଡି ଜିଲ୍ଲା କଣ୍ଟାମାଳ କେଗୋନ୍ ଥାନା ଅଞ୍ଚଳର ୫୦ ବର୍ଷୀୟ ଲିଙ୍ଗରାଜ ବେହେରା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଲିଙ୍ଗରାଜ ଏତେ ଟଙ୍କା କେଉଁଠୁ ଆଣୁଥିଲେ ଏବଂ କାହାକୁ ଦେବାକୁ ଯାଉଥିଲେ? ଏସବୁର ପତ୍ତା ଲଗାଇବାକୁ ଇନଭେଷ୍ଟିଗେସନ ଆରମ୍ଭ କରିଛି ଏସ୍‌ଟିଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.