ଗୋପାଳ କୃଷ୍ଣ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ୍, ବିଭିନ୍ନ ଦିଗରୁ ଜାରି ରହିଛି ତଦନ୍ତ
ଝାରସୁଗୁଡା(କେନ୍ୟୁଜ୍) : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ହତ୍ୟା ଅପରାଧୀ ଗୋପାଳ ଦାସର ପରିବାର ଲୋକଙ୍କ ସହ ଗୋପାଳ କୃଷ୍ଣଙ୍କ ବ୍ରହ୍ମପୁର ଘର ଉପରେ ମଧ୍ୟ ନଜର ରଖିଛି କ୍ରାଇମବ୍ରାଞ୍ଚ ଟିମ । ଗତକାଲି ଗୋପାଳଙ୍କ ବ୍ରହ୍ମପୁର ଘରେ ତାଲା ପଡିଥିବା ଦେଖାଯାଇଥିଲା ।
ଆଜି ନବ ଦାସଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିବା ଗୋପାଳ କୃଷ୍ଣ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ୍ । ବ୍ରହ୍ମପୁର ଜଳେଶ୍ୱରପୁର ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି । ପ୍ରଥମ ପର୍ଯ୍ୟାାୟ ପଚରାଉରା ସରିଛି । ଏନେଇ ଡିଏସପି ଶିଶିର ମିଶ୍ର ସୂଚନା ଦେଇଛନ୍ତି ।