ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା: ତଦନ୍ତ ପାଇଁ ପୁରୀରେ କ୍ରାଇମବ୍ରାଞ୍ଚ ଟିମ୍‌

ପୁରୀ(କେନ୍ଯୁଜ୍) : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ ପିଏସ୍‌ଓ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ପୁରୀରେ କ୍ରାଇମବ୍ରାଞ୍ଚ ଟିମ୍‌। ଗତକାଲି ରାତିରେ ପୁରୀ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ଟିମ୍‌। ଡିଏସ୍‌ପି ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ।

କେଉଁ ପରିସ୍ଥିତିରେ ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଛି ଓ କାହାକୁ ଅଟକ ରଖାଯାଇଛି ସେନେଇ ଆଲୋଚନା କରୁଛନ୍ତି। ପୋଲିସ ଠାରୁ ସମସ୍ତ ଦସ୍ତାବିଜ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ଗ୍ରହଣ କରିବା ପରେ ଆଜିଠାରୁ ତଦନ୍ତ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.