ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚର ଜେରା, ଅରୁଣ ବୋଥ୍ରା କରୁଛନ୍ତି ଜେରା

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚର ଜେରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପଚରାଚରା କରୁଛନ୍ତି । ସୁନ୍ଦରଗଡ଼ ରିଜର୍ଭ ଅଫିସରେ ଚାଲିଛି ପଚରାଉଚରା । ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଟିମ୍‌ ୨ ଘଣ୍ଟା ଧରି ଗୋପାଳଙ୍କୁ ଜେରା କରିଥିଲା ।

ଗୋପାଳଙ୍କ ହ୍ୟାଣ୍ଡସ୍ୱାବ୍‌ ଓ ଘଟଣା ସମୟରେ ପିନ୍ଧିଥିବା ପୋଲିସ ଡ୍ରେସ୍‌କୁ ନେଇଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ସେ କାହିଁକି ହତ୍ୟା କଲା ? ଗୁଳିକାଣ୍ଡର କାରଣ କଣ ? ପୂର୍ବରୁ ବିବାଦ ଥିଲା ନା ଶତ୍ରୁତା ? ଗୋପାଳ ଦାସ ପ୍ରାକ୍‌ ପ୍ରସ୍ତୁତି ସହ ଘଟଣାସ୍ଥଳରେ ରହିଥିଲା କି ? ଏନେଇ ପଚରାଉଚରା ବେଳେ ସବୁ କିଛି ଗୋପାଳ ମାନିଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚକୁ କହିଛି କାହିଁକି ମାରିଲା ତାର କାରଣ । ଖୁବଶୀଘ୍ର ନେଇ ଚିତ୍ର ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.