ନବ ଦାସ ହତ୍ୟା ମାମଲା : କିଛି ସମୟ ପରେ JMFC କୋର୍ଟରେ ଦାଖଲ ହେବ ଚାର୍ଜସିଟ

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଖୋଲିବ ମର୍ଡର ମୋଟିଭ୍‌ । କିଛି ସମୟ ପରେ ଦାଖଲ ହେବ ପ୍ରିଲିମିନାରୀ ଚାର୍ଜସିଟ୍‌ । ଏଥିପାଇଁ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ । ଜେଏମଏଫସି କୋର୍ଟରେ ଦାଖଲ ହେବ । ଚାର୍ଜସିଟରେ ରହିଛି ଅନେକ ସାଂଘାତିକ ସତ ।

ଝାରସୁଗୁଡ଼ା (କେନ୍ୟୁଜ): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଖୋଲିବ ମର୍ଡର ମୋଟିଭ୍‌ । କିଛି ସମୟ ପରେ ଦାଖଲ ହେବ ପ୍ରିଲିମିନାରୀ ଚାର୍ଜସିଟ୍‌ । ଏଥିପାଇଁ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ । ଜେଏମଏଫସି କୋର୍ଟରେ ଦାଖଲ ହେବ । ଚାର୍ଜସିଟରେ ରହିଛି ଅନେକ ସାଂଘାତିକ ସତ । ନବଙ୍କୁ କାହିଁକି ହତ୍ୟା କଲା ଗୋପାଳ ଦାସ ? କଣ ଥିଲା ମର୍ଡର ମୋଟିଭ୍‌ ? ଚାର୍ଜସିଟରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ । ନବଙ୍କୁ ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗୋପାଳ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିବା ସୂଚନା ମିଳିଛି । ଚାର୍ଜସିଟରେ ଉଲ୍ଲେଖ ରହିଛି ହତ୍ୟାର ଦୁଇଟି କାରଣ । ପ୍ରଥମଟି ହେଲା ବ୍ୟକ୍ତିଗତ କାରଣ । ଦ୍ୱିତୀୟରେ ପୁରୁଣା ଝଗଡ଼ା ।

ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ୱୀକାର କରିଛି ଗୋପାଳ । ହତ୍ୟାର କାରଣ ବି କହି ସାରିଛି । ବ୍ୟକ୍ତିଗତ କାରଣ ପାଇଁ ଗୁଳି ମାରିଥିବା କହିଛି ଗୋପାଳ । ଅହମ୍ମଦାବାଦର DFSSରେ ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟରେ ମଧ୍ୟ ସ୍ୱୀକାର କରିଛି । କେମିତି ହତ୍ୟା କରିଥିଲା, ଡେମୋ ବି ଦେଖାଇଥିଲା ଗୋପାଳ । ତଦନ୍ତକାରୀ ସଂସ୍ଥାର ଗୋଟିଏ ଲକ୍ଷ୍ୟ, ଅଭିଯୁକ୍ତ କିଭଳି ଆଇନ ପଞ୍ଝାରୁ ଖସି ନଯିବ । ଗୋପାଳ ବିରୋଧରେ ବଳିଷ୍ଠ ତଥ୍ୟ ପ୍ରମାଣ ଯୋଗାଡ଼ ହୋଇଛି । ପାରିପାର୍ଶ୍ଵିକ ସ୍ଥିତି, ଫରେନ୍ସିକ୍‌ ତଥ୍ୟ ପ୍ରମାଣ, ସାକ୍ଷୀଙ୍କ ବୟାନ, କେନ୍ଦ୍ରୀୟ ଓ ରାଜ୍ୟର ବିଭିନ୍ନ ପ୍ରଫେସନାଲ ଏଜେନ୍ସୀର ରିପୋର୍ଟ ଆଧାରରେ ଚାର୍ଜସିଟ ପ୍ରସ୍ତୁତ ହୋଇଛି । ଗୋପାଳକୁ ଦୋଷୀ ସାବ୍ୟସ୍ତ କରି ଉଚିତ୍‌ ସଜା ମିଳିଲେ କ୍ରାଇମବ୍ରାଞ୍ଚର ତଦନ୍ତ ଓ ପାରିବାପଣିଆକୁ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀ ଦୂର ହେବ । ଜାନୁଆରୀ ୨୯ ତାରିଖ ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.