DRDO ତଥ୍ୟ ଲିକ ଘଟଣା, ୫ ଅଭିଯୁକ୍ତଙ୍କୁ ଆଜିଠୁ ଆରମ୍ଭ ହୋଇଛି ମାରାଥନ୍‌ ଜେରା

ବାଲେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଖୋଲିବ ଅଧିକ ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇଣବ୍ରାଞ୍ଚ । ଆଜିଠୁ ଆରମ୍ଭ ହୋଇଛି ମାରାଥନ୍‌ ଜେରା । ଅଭିଯୁକ୍ତ ମାନଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌। ପ୍ରଥମେ ବସନ୍ତ ବେହେରାଙ୍କୁ ଜେରା କରାଯାଉଛି। ଗତକାଲି ଅଭିଯୁକ୍ତଙ୍କୁ ବାଲେଶ୍ୱରରୁ ଭୁବନେଶ୍ୱର ଅଣାଯାଇଥିଲା । ସମସ୍ତ ଦିଗକୁ ନେଇ ମୂଳରୁ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

ଚାନ୍ଦିପୁର ITRର କେଉଁ ଡାଟା ହୋଇଛି ଟ୍ରାନ୍ସଫର ? ଅଭିଯୁକ୍ତମାନେ କାହାକୁ ଡିଆରଡିଓ ତଥ୍ୟ ଯୋଗାଉଥିଲେ? କେଉଁ ପ୍ରକାର ଡାଟା ଟ୍ରାନସଫର ହୋଇଛି ? ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ? ଡାଟା ଟ୍ରାନ୍ସଫର ପାଇଁ କେତେ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ହନିଟ୍ରାପ ଅଭିଯୁକ୍ତଙ୍କ ପାଖରୁ ବାହାର କରିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.