ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଖୁବଶୀଘ୍ର ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ

ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଥିବା ସୂଚନା ମିଳିଛି । ଖୁବଶୀଘ୍ର ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ ।

ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? କ’ଣ ଥିଲା ଗୋପାଳର ମର୍ଡର ମୋଟିଭ୍‌ ? ଖୁବଶୀଘ୍ର ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ । ଦାଖଲ ହେବ ପ୍ରିଲିମିନାରୀ ଚାର୍ଜସିଟ । ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମଟି ହେଲା ବ୍ୟକ୍ତିଗତ କାରଣ ଓ ଦ୍ୱିତୀୟରେ ପୁରୁଣା ଝଗଡ଼ା । ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ୱୀକାର କରି ସାରିଛି ଗୋପାଳ । ହତ୍ୟାର କାରଣ ବି କହି ସାରିଛି ଅଭିଯୁକ୍ତ । ବ୍ୟକ୍ତିଗତ କାରଣ ପାଇଁ ଗୁଳି ମାରିଥିବା କହିଛି ଗୋପାଳ ।

ଅହମ୍ମଦାବାଦର DFSSରେ ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟରେ ମଧ୍ୟ ଏକଥାକୁ ସେ ସ୍ୱୀକାର କରିଛି । କେମିତି ହତ୍ୟା କରିଥିଲା, ଏହାର ଡେମୋ ଦେଖାଇଛି ଗୋପାଳ । ଜାନୁଆରୀ ୨୯ରେ ହୋଇଥିଲା ହତ୍ୟାକାଣ୍ଡ। ୧୨୦ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ ଦାଖଲର ନିୟମ ରହିଛି। ୨୦୧୫ ଯାଏ ମାନସିକ ଅବସାଦରେ ଥିଲା ଗୋପାଳ ଦାସ । ସେଥିପାଇଁ ମେଡିସିନ୍‌ ଖାଉଥିଲା । ଏଥିପାଇଁ ମାନସିକ ଅବସାଦରେ ଗୋପାଳ ଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିନପାରେ । ଅଭିଯୁକ୍ତ ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ ।

naba das

ଗୋପାଳ ଦାସ ବିରୋଧରେ ବଳିଷ୍ଠ ତଥ୍ୟ ପ୍ରମାଣ ଯୋଗାଡ଼ ହୋଇଛି । ଫରେନ୍ସିକ୍‌ ଏଭିଡେନ୍ସ, ପାରିପାର୍ଶ୍ଵିକ ସ୍ଥିତି, ସାକ୍ଷୀମାନଙ୍କ ବୟାନ କେନ୍ଦ୍ରୀୟ ଓ ରାଜ୍ୟର ବିଭିନ୍ନ ପ୍ରଫେସନାଲ ଏଜେନ୍ସୀର ରିପୋର୍ଟ ଆଧାରରେ ଚାର୍ଜସିଟ ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀର CFSLର ନିର୍ଦ୍ଦେଶିକା ଝାରସୁଗୁଡ଼ା ଆସି ଗୋପାଳର ଲେୟାର୍ଡ ଭଏସ ଅନାଲିସିସ ଓ ସାଇକୋଲୋଜିକାଲ ଆସେସମେଣ୍ଟ ଟେଷ୍ଟ କରିଥିଲେ ।

ସେହିଭଳି ଅହମ୍ମଦାବାଦର DFSS ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ତଦନ୍ତକାରୀ ସଂସ୍ଥାର ଗୋଟିଏ ଲକ୍ଷ୍ୟ, ଅଭିଯୁକ୍ତ କିଭଳି ଆଇନ ପଞ୍ଝାରୁ ଖସି ନଯିବ । ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳି ମାରିଥିଲା ଗୋପାଳ ଦାସ । କାରରୁ ଓହ୍ଲାଇବା ବେଳେ ପଏଣ୍ଟ ବ୍ଲାଙ୍କରୁ କରିଥିଲା ଫାୟାରିଂ । ଏବେ ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ଅଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.