ସଇତାନ ପାଲଟିଲା ସଂପର୍କୀୟ ଭାଇ : ସାଙ୍ଗ ସହ ମିଶି କଲା ଗଣଦୁଷ୍କର୍ମ

ଯାଜପୁର : ବର୍ତ୍ତମାନ ଯୁଗରେ ସଂପର୍କ ବାଜି ଲାଗିଛି । ଯାଜପୁର ବିଂଝାରପୁର ଅଞ୍ଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ। ସଂପର୍କୀୟ ଭାଇ ଓ ତାର ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଗଣଦୁଷ୍କର୍ମ କରିଛନ୍ତି । ଯୁବତୀଙ୍କୁ ଅପହରଣ କରି ନିଶା ଇଞ୍ଜେକ୍ସନ୍ ଦେଇ ଗଣଦୁଷ୍କର୍ମ କରିଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଯୁବତୀଙ୍କୁ ୧୦ ଦିନ କାଳ ଭୁବନେଶ୍ୱର ଓ ଯାଜପୁରର ବିଭିନ୍ନ ଅଂଚଳରେ ରଖି ଏମାନେ ଗଣଦୁଷ୍କର୍ମ କରିଥିଲେ । କୌଶଳକ୍ରମେ ଯୁବତୀ ଜଣଙ୍କ ଖସି ଆସିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଏସଡିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.