ବିଚ୍‌ ରାସ୍ତାରେ ଚାଲିଲା ହଣାହଣି, ମୋବାଇଲ୍‌ରେ ରେକର୍ଡ ହେଲା ଦୃଶ୍ୟ

ଗଜପତି(କେନ୍ଯୁଜ୍) : ବିଚ୍‌ ରାସ୍ତାରେ ବୁଲିଲା ଖଣ୍ଡା । ଚାଲିଲା ହଣାହଣି । ମୋବାଇଲ୍‌ରେ ରେକର୍ଡ ହୋଇଛି ଏଦୃଶ୍ୟ । ଲୋକେ ଭିଜୁଆଲ୍‌ ନେବାରେ ବ୍ୟସ୍ତ କିନ୍ତୁ କେହି ପୋଲିସ କିମ୍ବା ଆମ୍ବୁଲାନ୍ସକୁ ଖବର ଦେଲେ ନାହିଁ । ଗଜପତି ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଭାଇରାଲ୍‌ ହେବାରେ ଲାଗିଛି । ପାରଳାଖେମୁଣ୍ଡି ଥାନା ଠାରୁ ମାତ୍ର ଦେଢ଼ କିଲୋମିଟରେ ଦୂରରେ ରାସ୍ତା ପାଲଟିଥିଲା ରଣକ୍ଷେତ୍ର । ରାମସାଗର ଛକରେ ମାରପିଟ୍‌ ଓ ହଣାକଟା ହୋଇଥିଲା । ଠେଙ୍ଗା ମାଡ଼ ଓ ଖଣ୍ଡା ଚୋଟାରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

3ସେମାନଙ୍କ ମଧ୍ୟରୁ ଜଣଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି । ରାମସାଗର ଛକରେ ଥିବା ଏକ ଜାଗାକୁ ନେଇ ଟି.ସିମାଦ୍ରୀ ଓ ବୈକୁଣ୍ଠଙ୍କ ପରିବାର ମଧ୍ୟରେ ଘଟିଥିଲା ଏହି ରକ୍ତାକ୍ତ ସଂଘର୍ଷ । ଗତ କିଛି ବର୍ଷ ହେଲା ଏହି ଜାଗାରେ ବୈକୁଣ୍ଠଙ୍କ ପରିବାର ଲୋକ ଏକ ଦୋକାନ ନିର୍ମାଣ କରିଥିଲେ । ଏହାକୁ ବିରୋଧ କରି ଆସୁଥିଲେ ସିମାଦ୍ରୀଙ୍କ ପରିବାର । ଯାହାକୁ ନେଇ ରାସ୍ତା ମଝିରେ ହାତାହାତି ହୋଇଥିଲେ ଦୁଇ ପରିବାର । ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।