ଅପରାଧ ନିୟନ୍ତ୍ରଣର ସମୀକ୍ଷା, ଟୁଇନସିଟିରେ ଗତବର୍ଷ ତୁଳନାରେ ଚଳିତବର୍ଷ ବଢ଼ିଛି ଅପରାଧ

ଭୁବନେଶ୍ୱର : ଟୁଇନସିଟିରେ ଗତବର୍ଷ ତୁଳନାରେ ଚଳିତବର୍ଷ ବଢ଼ିଛି ଅପରାଧ । ଗତବର୍ଷ କଟକ, ଭୁବନେଶ୍ବରରେ ୧୭ ହଜାର ୭୬୫କେସ ହୋଇଥିବା ବେଳେ ଚଳିତ ବର୍ଷ ୨୦ ହଜାର ୧୯ କେସ ରୁଜୁ ହୋଇଛି । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କଟକ, ଭୁବନେଶ୍ୱର କମିଶନରେଟ ଅପରାଧ ନିୟନ୍ତ୍ରଣର ସମୀକ୍ଷା କରିଛନ୍ତି।

କଟକରେ ସ୍ଥିର ରହିଛି ମାମଲା। ହତ୍ୟା, ଦୁଷ୍କର୍ମ, ହିଂସା, ନାରୀ ନିର୍ଯାତନା ଭଳି ମାମଲା ବୃଦ୍ଧି ହୋଇନାହିଁ । ଝଗଡ଼ା, ବିବାଦ କେସ୍ ବଢ଼ିଛି । ଭୁବନେଶ୍ବରରେ ନାରୀ ନିର୍ଯାତନା କମିଛି । ଭୁବନେଶ୍ୱରରେ ଗତବର୍ଷ ନଭେମ୍ବର ସୁଦ୍ଧା ୧୦ ହଜାର ୮୭୩ମାମଲା ହୋଇଥିବାବେଳେ ଚଳିତ ନଭେମ୍ବର ସୁଦ୍ଧା ୧୪, ୪୧୧ମାମଲା ହୋଇଛି। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ପାଇଁ କୁହାଯାଇଛି । ଅପରାଧ ରୋକିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ପୋଲିସ କମିଶନର ।