ସମ୍ବଲପୁରରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ମହେଶର ବାମ ଗୋଡରେ ବାଜିଛି ଗୁଳି

ସମ୍ବଲପୁର:   ସମ୍ବଲପୁରରେ ଏନକାଉଣ୍ଟର । ଅଇଁଠାପାଲି ଥାନା ଏୟାରଷ୍ଟ୍ରିପ ରାସ୍ତାରେ ଏନକାଉଣ୍ଟର କଲା ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । ପୋଲିସ ଗୁଳିରେ ମହେଶ କୁମାରର ବାମ ଗୋଡ଼ରେ ଗୁଳି ବାଜିଛି । ମହେଶ ଫେରାର୍ ପାଇଁ ଉଦ୍ୟମ କରିବା ବେଳେ ପ୍ରଥମେ ମହେଶ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା । ମହେଶକୁ ଆହତ ଅବସ୍ଥାରେ ବୁର୍ଲା ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ତା ଠାରୁ ୭ ଏମ୍ଏମ୍ ର ଗୋଟିଏ ବନ୍ଧୁକ ସହ ୪୦ ହଜାର ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରିଛି ।

ମହେଶ ନାଁରେ ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି l ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ୪୫ହଜାର ଲୁଟ କରି ଫେରାର ହୋଇଯାଇଥିଲା । ଏନେଇ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିବା ପରେ ମହେଶକୁ ଧରିବାକୁ ଖୋଜୁଥିଲା ପୋଲିସ । ଆଜି ଭୋରରେ ମହେଶକୁ ଅଇଁଠାପାଲି ଅଞ୍ଚଳରେ ଥିବା ଦେଖି ପୋଲିସ ତାକୁ ଗୋଡ଼ାଇ ଏନକାଉଣ୍ଟର କରିଥିଲା ।

 

ଆହୁରି ପଢ଼ନ୍ତୁ :  ହତ୍ୟା ପରେ ଯୁବକଙ୍କୁ ରାସ୍ତାରେ ଫିଙ୍ଗି ଦେଇଗଲେ ଦୁର୍ବୃତ୍ତ