କେନ୍ଦୁଝର ପୋଲିସକୁ ବଡ ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକ ଗିରଫ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ପୋଲିସ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ। ପ୍ରଭାତ ମଲ୍ଲିକକୁ ଗିରଫ କରିଛି ଟାଉନ ଥାନା ପୋଲିସ। ତା ନିକଟରୁ ୫ଟି ଚୋରା ମୋଟର ସାଇକେଲ, ୨ଟି ଲାପଟପ୍‌, ଟଙ୍କା ଓ ସୁନା, ରୂପା ଅଳଙ୍କାର ଜବତ କରାଯାଇଛି। ପ୍ରଭାତ ନାଁରେ ଚୋରୀ ଓ ରାହାଜାନୀ ପରି ଅନେକ ମାମଲା ରହିଛି। ତାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା। ଗତକାଲି ପ୍ରଭାତ ଟ୍ରାଫିକ ନିୟମ ଭାଙ୍ଗି ପଳାଇଯାଉଥିବାବେଳେ ପୋଲିସ ପିଛା କରି ଧରିଥିଲା।