ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋକୁ ଏନକାଉଣ୍ଟର !

ଯାଜପୁର : ଚଣ୍ଡିଖୋଲରେ ଏନକାଉଣ୍ଟରରେ ଯୋଗୁଁ ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଆହତ ହୋଇଛନ୍ତି। ଟିଟୋର ବାମ ଗୋଡରେ ଗୁଳି ବାଜିଛି ତାକୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ରାଇମବ୍ରାଞ୍ଚ ଝଞୠର ଟିମ୍ ଏହି ଏନ୍କାଉଣ୍ଟର କରିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ନାଁରେ ବହୁ ସଙ୍ଗିନ ମାମଲା ରହିଛି। ଗୁଳିମାଡ଼ ଓ ଟେଣ୍ଡର ଫିକ୍ସିଂ ଭଳି ବହୁ ମାମଲାରେ ସେ ପୋଲିସ ପାଇଁ ୱାଣ୍ଟେଡ ଥିଲା। ତାକୁ ଧରିବା ପାଇଁ ଏସଟିଏଫ ଟିମ୍ କିଛି ଦିନ ଧରି ଉଦ୍ୟମ ଚଳାଇଥିଲା। ଚଣ୍ଡିଖୋଲଠାରେ ଏସଟିଏଫ ସହ ମୁହାଁମୁହିଁ ହୋଇଥିଲା ଟିଟୋ। କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏସଟିଏଏଫ ଟିମ ତାକୁ ଏନକାଉଣ୍ଟର କରିଛି।

ଗତ ମାର୍ଚ୍ଚ ୨୯ରେ ଜଗତପୁରରେ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ରେହମାନ ଭାଇ ଉପରକୁ ଗୁଳିମାଡ଼ ହୋଇଥିଲା। ଏଥିରେ ଟିଟୋର ହାତ ରହିଛି । ଟିଟୋର ୩ ସହଯୋଗୀ ମଧ୍ୟ ଅଟକ ଅଛନ୍ତି । ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

You might also like