ଫୁଲବାଣୀରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ

crimeଫୁଲବାଣୀ: ବଢିଚାଲିଛି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ହେଲେ ପୋଲିସ ଚୁପ୍ ବସିଛି। ଫୁଲବାଣୀ ସହରରେ ଏଭଳି ଘଟଣା ଘଟି ଚାଲିଛି। ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଦୋକାନ ଗୁଡିକରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ କରୁଛନ୍ତି। ଏହି ଅସାମାଜିକ ଯୁବକଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଅନେକ ବ୍ୟବସାୟୀ। ତେବେ ମାଡ ଖାଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଚୁପ୍ ହୋଇ ବସିଛି ଫୁଲବାଣୀ ଟାଉନ ଥାନା ପୋଲିସ।

fulbaniଏଭଳି ଅଭିଯୋଗ କରିଛନ୍ତି ବ୍ୟବସାୟୀ। ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ସହ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଦାବିରେ ଥାନା ଘେରାଉ କରିଥିଲା ସ୍ଥାନୀୟ ଚାଇନା ମାର୍କେଟ ବ୍ୟବସାୟୀ ସଂଘ। ଅନ୍ୟପଟେ ଅପରାଧୀଙ୍କ ଉପରେ କଡା ନଜର ସହ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉତ୍କଳ ରଞ୍ଜନ ଦାଶ କହିଛନ୍ତି।

Leave A Reply

Your email address will not be published.