ବର୍ତ୍ତିପାରିବେନି ଫେରାର ଅପରାଧୀ, ଆତ୍ମସମର୍ପଣ ନକଲେ ସମ୍ପତ୍ତି ଜବତ

ଭୁବନେଶ୍ୱର : ବର୍ତ୍ତିପାରିବେନି ଫେରାର ଅପରାଧୀ । ଆତ୍ମସମର୍ପଣ ନକଲେ ସମ୍ପତ୍ତି ଜବତ । ଫେରାର ଅପରାଧୀଙ୍କ ନାଁରେ କଡ଼ା ଆଭିମୁଖ୍ୟ ନେଇଚି କମିଶନରେଟ ପୋଲିସ । ସେମାନଙ୍କ ବିରୋଧରେ ଲଟକା ଲଗାଉଛି ପୋଲିସ । ଯେଉଁ ମାନେ ପେସାଦାର ଅପରାଧୀ, ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଅପରାଧୀଙ୍କୁ ଆତ୍ମସମର୍ପଣ ପାଇଁ ପୋଲିସ ସୁଯୋଗ ଦେଉଛି । ସେଥିରେ ଖିଲାପ ହେଲେ ସେମାନଙ୍କ ମୂଲ୍ୟବାନ ସମ୍ପତ୍ତି ଜବତ କରାଯିବ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ଜଣେ ଫେରାର ଅପରାଧୀ ଅକ୍ଷୟ ନାୟକଙ୍କ ଘରେ ଲଟକା ଲଗାଯାଇଛି । ତାଙ୍କ ଘର କେଦାରପଲି ବସ୍ତିରେ । ସେ ଏକ ପକସୋ ମାମଲାରେ ଫେରାର ଅଛନ୍ତି । ପୋଲିସ ତାଙ୍କ ଘରେ ଲଟକା ଲଗାଇଛି । ସେ ଆତ୍ମସମର୍ପଣ ନକଲେ ତାଙ୍କ ସମ୍ପତ୍ତି ଜବତ କରାଯିବ । ଏନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।