ସାଳନ୍ଦୀ ନଦୀରେ କୁମ୍ଭୀର ଆତଙ୍କ

salandiଭଦ୍ରକ: ତିହିଡି ବ୍ଲକ କୃତ୍ତିବାସପୁର ଗ୍ରାମରେ ଦେଖାଦେଇଛି କୁମ୍ଭୀର ଆତଙ୍କ। ଗ୍ରାମର ଭ୍ରମରବର ଦାସଙ୍କ ଗାଈକୁ କୁମ୍ଭୀର ନଦୀକୁ ଟାଣି ନେଇଥିଲା। ଗାଈଟି ସାଳନ୍ଦୀ ନଦୀ ପଠାରେ ବୁଲୁଥିବାବେଳେ କୁମ୍ଭୀର ଟାଣି ନେଇ ଯାଇଥିଲା। ଏହାର ଘଟଣା ପରେ ଗ୍ରାମବାସୀ ମାନେ ଖୋଜାଖୋଜି କରିଥିଲେ। ଅପରାହ୍ନ ୨ଟା ବେଳେ ମୃତ ଗାଈକୁ ନଦୀରୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏଠାକାର ଲୋକମାନେ ଚାଷଠୁ ଆରମ୍ଭ କରି ନିଜର ଦୈନନ୍ଦିନ କାର୍ୟ୍ୟ ଏବଂ ଗାଧୋଇବା ପାଇଁ ସାଳନ୍ଦୀ ନଦୀ ଉପରେ ମୁଖ୍ୟତଃ ନିର୍ଭର କରିଥାଆନ୍ତି। କୁମ୍ଭୀର ନଦୀରେ ଥିବା କଥା ଜାଣିବା ପରେ ପାଖ ଆଖର ପ୍ରାୟ ୩ଟି ପଞ୍ଚାୟତର ଲୋକମାନେ ନଦୀ କୁ ଯିବାକୁ ଡରୁଛନ୍ତି। ଏଥିସହିତ ଗାଈର ମୃତ୍ୟୁ ପାଇଁ ଗ୍ରାମବାସୀମାନେ କ୍ଷତିପୂରଣ ଦାବି କରିଛନ୍ତି।

Leave A Reply

Your email address will not be published.