ବୈତରଣୀ ନଦୀପଠାରେ ଚରୁଥିବା ଘୁଷୁରୀକୁ ଝାମ୍ପିନେଲା କୁମ୍ଭୀର
ଚାନ୍ଦବାଲି(କେନ୍ଯୁଜ୍): ବୈତରଣୀ ନଦୀରେ କୁମ୍ଭୀର ଆତଙ୍କ । ନଦୀପଠାରେ ଚରୁଥିବା ଘୁଷୁରୀ ପଲରୁ ଗୋଟେ ଘୁଷୁରିକୁ ଝାମ୍ପିନେଲା କୁମ୍ଭୀର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଦୋହରାପାଟଣା ଠାରେ ।
ଦୋହରାପାଟଣା ଗାଁ ପାଖ ଦେଇ ବୋହିଯାଉଥିବା ବୈତରଣୀ ନଦୀ ପଠାରେ ଆଜି ସକାଳୁ ସକାଳୁ କିଛି ଘୁଷୁରି ଚରୁଥିଲେ । ପୂର୍ବରୁ ଲୁଚିଥିବା କୁମ୍ଭୀର ହଠାତ ଏକ ଘୁଷୁରିକୁ ନଦୀ ଭିତରକୁ ଟାଣିନେଇଗଲା । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।