ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମନା

ଅନୁଗୁଳ : ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ । ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ କରାଯାଇଛି। କୁମ୍ଭୀର ଗଣନାରେ ୧୪ଟି ଟିମ୍ ର ମୋଟ ୭୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ବି ବାରଣ କରାଯାଇଛି । କୁମ୍ଭୀର ଗଣନା ପରେ ଆସନ୍ତା ୧୭ ଓ ୧୮ ତାରିଖ ପକ୍ଷୀ ଗଣନା କରାଯିବ ଏଥିପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।