ଆରଡି : ନଦୀ କୂଳରୁ ମଇଁଷିକୁ ଝାମ୍ପି ନେଲା କୁମ୍ଭୀର । ଏହାକୁ ନେଇ ଅଂଚଳର ଲୋକେ ଭୟଭୀତ ଅଛନ୍ତି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ପଠାରେ ଘଟିଛି ଏହି ଅଘଟଣ । ମଇଁଷି ପାଣି ପିଉଥିବା ବେଳେ ଝାମ୍ଫିନେଲା କୁମ୍ଭୀର। ୧୫\୧୬ ଫୁଟ ଲମ୍ବର କୁମ୍ଭୀରଟି ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଆସିବାକୁ ଡରୁଛନ୍ତି । ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ କୋମଳମତି ପିଲାମାନେ ଗାଁ ପ୍ରାଥମିକ ସ୍କୁଲକୁ ଯାଉଥିବା ବେଳେ ଗାଁରେ ବସବାସ କରୁଥିବା ଲୋକେ ଦୈନନ୍ଦିନ ନିତ୍ଯ ବ୍ଯବହାର ଜିନିଷ ପାଇଁ ଯାତାୟତ କରିଥାନ୍ତି । ଖବର ପାଇ ଓଡ୍ରାଫ ଟିମ ସେଠାରେ ପହଁଚିଛି ।