ଆଳି : ଲୋକଙ୍କ ଆଗରେ ଖରସ୍ରୋତା ନଦୀରେ ବୁଲୁଛି କୁମ୍ଭୀର, ଭୟ ଓ ଆତଙ୍କରେ ନଦୀକୂଳ ଗ୍ରାମବାସୀ

ଆଳି(କେନ୍ୟୁଜ୍‌) : କେନ୍ଦ୍ର।ପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ବ୍ଲକ୍‌ ଦେଇ ବହିଯାଉଥିବା ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ଫଳରେ ନଦୀ କୂଳ ନିକଟବର୍ତ୍ତୀ ଗାଁଗୁଡିକରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ନଦୀକୂଳ ନିକଟ ବିଲକୁ ମଧ୍ୟ ଲୋକେ ଚାଷବାଷ କରିବାକୁ ଯାଉ ନାହାଁନ୍ତି । ଫଳରେ ବିଲ ପଡ଼ିଆ ପଡ଼ିଛି ।

ବର୍ତ୍ତମାନ କୁମ୍ଭୀରଙ୍କ ଅଣ୍ଡା ଦେବା ସମୟ ହୋଇଥିବାରୁ କୁମ୍ଭୀର ହିଂସ୍ର ରହିଥାନ୍ତି । ଏହି ସମୟରେ କୁମ୍ଭୀର ଅଧିକ ଆକ୍ରମଣାତ୍ମକ ହୋଇଥିବାରୁ ଲୋକଙ୍କୁ ଆକ୍ରମଣ ଉଦ୍ୟମ କରିଥାନ୍ତି । ତେଣୁ ଲୋକେ ନା ନଦୀକୁ ଗାଧୋଇବାକୁ ଯାଇ ପାରୁଛନ୍ତି ନା ବିଲକୁ ଚାଷ ବାସ କରିବାକୁ । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କୁମ୍ଭୀର ଧରାଇବାରେ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.